ବି.ଡି.ପୁର କଲେଜ ରେ ଏନ୍.ଏସ୍ ଏସ୍ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ।
—————————–
ଭଞ୍ଜନଗର -୨୪/୦୯ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ର ଉପଦେଷ୍ଟା କମିଟିର ବୈଠକ,ଅଧ୍ୟକ୍ଷ ଶ୍ରୀ କାଳୀଚରଣ ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ମାମୁନି ଆଚାର୍ଯ୍ୟ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରି ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏନ୍.ଏସ୍.ଏସ୍ ତରଫରୁ ମହାବିଦ୍ୟାଳୟରେ କେଉଁ କେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାର ରୂପରେଖ ଉପସ୍ଥାପନା କରିଥିଲେ। ଉକ୍ତ ବୈଠକରେ ବିଡ଼ି.ପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଯୋଗଦେଇ ତେନ୍ତୁଳିଆ ଗ୍ରାମରେ ଏ ବର୍ଷ ସ୍ପେଷାଲ୍ କ୍ୟାମ୍ପ କରିବାପାଇଁ ମତ ରଖିଥିଲେ। ସେହିପରି ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ଶ୍ରୀ ଚିନ୍ମୟ ବେବର୍ତ୍ତା ଯୋଗ ଦେଇ “ମୋବାଇଲ ଛାଡ଼ନ୍ତୁ ପୁସ୍ତକ ପଢନ୍ତୁ” କାର୍ଯ୍ୟକ୍ରମ ଟିଏ ଛାତ୍ରଛାତ୍ରୀ ମାନଙ୍କ ପାଇଁ କରାଯାଉ ବୋଲି ମତ ଦେଇଥିଲେ। ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ କ୍ୟାପଟେନ୍ ଶ୍ରୀ ଦୀପକ୍ କୁମାର ନାୟକ ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥୀ, ସ୍ବେଚ୍ଛାସେବୀ ଶୁଭମ୍ ଏବଂ ସ୍ବେଛାସେବିନୀ ଜୀବନ ପ୍ରମୁଖ ଉପସ୍ଥିତ ରହି ମହାବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ ଙ୍କ ପାଇଁ ଯେଉଁ କାର୍ଯ୍ୟ କ୍ରମ ଗୁଡିକ ଆବଶ୍ୟକ ସେଭଳି କାର୍ଯ୍ୟ କ୍ରମ ଉପରେ ଗୁରୁତ୍ବ ଦିଆଯାଉ ବୋଲି ମତ ରଖିଥିଲେ। ଶେଷରେ କ୍ୟାପଟେନ୍ ଦୀପକ୍ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
