ପାର୍ବଣ ଋତୁରେ ରେଳ ବିଭାଗର ସୋରକୁ ଅବହେଳା
ସୋର,୨୫/୯(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର)- ଆଗକୁ ପାର୍ବଣ ଋତୁ ଆସୁଥିବା ରୁ ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ଦୁର୍ଗାପୂଜା ପାଇଁ ଏକ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ୍ ଚଳପ୍ରଚଳ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଜଳେଶ୍ୱର ରୁପ୍ସା ଷ୍ଟେସନରେ ଷ୍ଟେପେଜ ଥିବା ବେଳେ ସୋରରେ ନାହିଁ। ୦୮୪୦୫/୦୮୪୦୬ ନମ୍ବର ସ୍ପେଶାଲ ଟ୍ରେନଟି ସନ୍ତରାଗାଚ୍ଛିରୁ ୫ ଅକ୍ଟୋବର ଠାରୁ ପ୍ରତି ସୋମବାର ଏବଂ ଗୁରୁବାର ୨୭ ଅକ୍ଟୋବର ଯାଏଁ ଚାଲିବ। ଏହି ଟ୍ରେନଟିରେ ଜଳେଶ୍ୱର ରୁପ୍ସା ଷ୍ଟେସନରେ ରହଣି ବ୍ୟବସ୍ଥା ଥିବା ବେଳେ ସୋରକୁ ଅବହେଳା କରାଯାଇ ଏଠାକାର ଯାତୀ ମାନଙ୍କୁ ନିରାଶ କରାଯାଇଥିବାରୁ ଲୋକମାନଙ୍କ ଭିତରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
