ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷ ରୁ ପରିବାରବର୍ଗଙ୍କୁ ବଂଶାନୁକ୍ରମିକ ପ୍ରମାଣ ପତ୍ର ପ୍ରଦାନ ନେଇ ସମସ୍ତ ରାଜସ୍ବ ନିରୀକ୍ଷକଙ୍କ ପତ୍ରଲାପ୍ କରିଛନ୍ତି। ଖରିଫ ୨୦୨୫-୨୬ ପାଇଁ ଚାଷୀଙ୍କୁ ନାମ ପଞ୍ଜୀକରଣ ରେ ଆବଶ୍ୟକ ଥିବା କାଗଜାତ ଅନେକ ସମସ୍ୟା ଦେଖାଯାଇଥିଲା। ବର୍ତ୍ତମାନ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ରେ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ହୋଇଅଛି। ତେଣୁ ରାଜସ୍ବ ନିରୀକ୍ଷକ ତଦନ୍ତ କରି ମିଳିତ ଜମିରେ ଚାଷୀ ପ୍ରମାଣ ପାଇଁ ପରିବାରବର୍ଗଙ୍କୁ ବଂଶକ୍ରମିକ ପ୍ରମାଣ ପତ୍ର ପ୍ରଦାନ କରିବା ସହାୟକ ହେବେ। ବର୍ତ୍ତମାନ ଚାଷୀ ମାନେ ମଧ୍ୟ ସମବାୟ ସମିତି ପୋର୍ଟାଲ ରେ ନିଜ ନାମ ପଞ୍ଜିକରଣ ପାଇଁ ସମୟ ସୀମା କୁ ଅପେକ୍ଷା ନ କରି ପୂର୍ବ ରୁ ସମସ୍ତ କାଗଜାତ ଆଣି ନିଜ ନାମ ପଞ୍ଜିକୃତ ପାଇଁ ଆହ୍ବାନ ଅଟେ। ଗୋଟିଏ ନାମ ପଞ୍ଜିକରଣ ପାଇ ୧୦ ମିନିଟ ରୁ ଉର୍ଦ୍ଧ ସମୟ ଲାଗିଥାଏ। ତେଣୁ ନିଜ ଜରୁରୀ କାର୍ଯ୍ୟ ଭାବି ଏହି ପଞ୍ଜିକରଣ କାର୍ଯ୍ୟ କୁ ମଧ୍ୟ ଆସି କରାଇ ନେବା କୁ ସମିତି ପକ୍ଷ ରୁ ଅନୁରୋଧ କରିଛନ୍ତି।
