*ସୁନାବେଡ଼ା ମେଗା ଡ୍ରାଇଭ୍: ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସଚେତନତା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୯.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୁନାବେଡ଼ା ସାପ୍ତାହିକ ବଜାର ପିଣ୍ଡିରେ କାର୍ଯ୍ୟକ୍ଷେତ୍ରରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଏକ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ସୁନାବେଡା ଅଭୟାରଣ୍ୟ ର ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ନୂଆପଡ଼ା ବିଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବର୍ଲା, ଚକୋଟିଆ ଭୁଞ୍ଜୀଆ ଉନ୍ନୟନ ପରିଷଦ ର ସ୍ଵତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ, ବ୍ଲକ୍ କଲ୍ୟାଣ ଅଧିକାରୀ କ୍ଷୀତିଶ କୁମାର ସେଠୀ, ସୁନାବେଡ଼ା ସରପଞ୍ଚ ରଜନୀ ଜଗତ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ, ସୁନାବେଡ଼ା ଗୁରୁକୂଳ କନ୍ୟାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ଲତା ଗୁରୁମା’ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରମିକଙ୍କୁ ବାହାର ଜିଲ୍ଲା କିମ୍ବା ରାଜ୍ୟ ମାନଙ୍କୁ ନ ଯାଇ ନିଜ ଅଞ୍ଚଳରେ ରୋଜଗାର କରିବାକୁ ଆହ୍ବାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଭାଗୀୟ ଶ୍ରମ ଅଧିକାରୀ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଅନ୍ୟାନ୍ୟ ସରକାରୀ ବିଭାଗ ପକ୍ଷରୁ ଏହି ମେଗା ଡ୍ରାଇଭ ରେ ଶ୍ରମିକ ମାନଙ୍କୁ ଦିଆଯାଉଥିବା ଆଇନ ସହାୟତା ବିଷୟରେ ଆଲୋକପାତ କରିଥିଲେ ।
