ବଂଶାଜାଲ ଖେଳ ପଡିଆରେ ଗ୍ରାମ ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ସମ୍ବଲପୁର ତା ୨୬/୯(ଭଂଜଦୂତ )ରେଢ଼ାଖୋଲ ବ୍ଲକ ବଂଶାଜାଲ ଗ୍ରାମ ପଞ୍ଚାୟତ ପ୍ରଶାସନ ତରଫରୁ ସରପଞ୍ଚ ଶ୍ରୀଯୁକ୍ତ ଲୋକନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଖେଳ ପଡିଆରେ ଏକ ପେଡ ମା କେ ଲିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି, ପ୍ରାୟ ସାତ ଶହ ଗୋଟି ବିଭିନ୍ନ ଫଳ ଏବଂ ଚାରା ଗଛ ରୋପଣ କରାଯାଇଥିଲା l ସାରା ଭାରତ ରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଚାଲୁ ଥିବାରୁ ଉତ୍ସାହ ର ସହ ଏହି ପଞ୍ଚାୟତ ରେ ମଧ୍ୟ ତାହା ପାଳନ କରାଯାଇଥିଲା l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହକାରୀ ଯନ୍ତ୍ରୀ ଶ୍ରୀମତୀ ଖିରାଦ୍ରୀ ତନୟା ପାଢ଼ୀ ବ୍ଲକ ପ୍ରଶାସନ ତରଫରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବଂଶାଜାଲ ଗ୍ରାମ ପଞ୍ଚାୟତ ର ଏ ଡି ଇ ଓ ଶ୍ରୀଯୁକ୍ତ କର୍ଣ୍ଣ ବିଶ୍ୱାଳ, ସମସ୍ତ ଏମ ବି କେ, ସି ଆର ପି, ଏସ ଏଚ ଜି ଦଳ ଏବଂ ମେଟ ମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ମାଁ ଶୁଆନୀ ଦେବୀ କଳା ପରିଷଦ,ବଂଶାଜାଲ ର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଗ୍ରାମ ପଞ୍ଚାୟତ ର ପିଅନ ଶ୍ରୀଯୁକ୍ତ କାନ୍ହୁ ପଧାନ, ମିଲୁ ପାଣ୍ଡେ, କର୍ଣ୍ଣ ନାଏକ, ଟଙ୍କ ବେହେରା, ଉଗ୍ରେସନ ନାଏକ ପ୍ରମୁଖ ମଧ୍ୟ ସାମିଲ ଥିଲେ l ଶେଷରେ ପଞ୍ଚାୟତ ର ପି ଇ ଓ ଶ୍ରୀଯୁକ୍ତ ନନ୍ଦଲାଲ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
