ଆଗରପଡ଼ା ଅଞ୍ଚଳରେ ଘରେ ପଶିଲା ବର୍ଷାପାଣି
ଆଗରପଡ଼ା,( ନି୍ ପ୍ର)ଲଘୁଚାପ ଜନିତ ଲଗାଣ ବର୍ଷାରେ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବହୁ ଗାଁ ବର୍ଷାପାଣିରେ ଉବୁଟୁବୁ ହେଉଛି । ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି । ଅନେକ କଚ୍ଚାଘର ଭାଙ୍ଗି ଯାଇଥିବାର ସୂଚନା ମିଳିଛି । ବିଟିପୁର ସ୍ଥିତ ୭ ନମ୍ବର ୱାର୍ଡ଼ ଧୋବାସାହୀ କିଛି ଲୋକଙ୍କ ମାଟି କାନ୍ଥ ଭୂଷୁଡ଼ି ପଡ଼ିବା ସହ ଘର ମଧ୍ୟକୁ ପାଣି ପଶିଯାଇ ଜିନିଷପତ୍ର ନଷ୍ଟ ହୋଇଛି । ରାସ୍ତାରେ ପାଣି ଚାଲିଛି । ପୁରୁଷଣ୍ଢ ସ୍ଥିତ ବଣିଆସାହୀରେ ଲୋକଙ୍କ ଘରକୁ ପାଣି ପଶିଛି ।ଗୋପିନାଥପୁରସ୍ଥିତ କଲ୍ୟାଣମଣ୍ଡପ ସଂଲଗ୍ନ ଦାସ ସାହୀ, ଯେନା ସାହୀ, ତୁଡ଼ିପଦା, ସାନ ସାହୁପଡ଼ା,ତେଲନଟୀ, ତାଜିପୁର ଆଦି ସ୍ଥାନରେ ମୁଖ୍ୟ ରାସ୍ତାରେ ପାଣିର ସୁଅ ଛୁଟିଛି । କଲେଜ ଦମଦମା ପଡ଼ିଆ ଜଳାର୍ଣ୍ଣବ ହୋଇପଡ଼ିଛି। ଭଗାରାମ ରେ ବିରାଟକାୟ ଗଛ ଉପୁଡ଼ି ଗଂଗାଧର ଦାସଙ୍କ କୋଠା ଗୃହ ଉପରେ ପଡ଼ିଛି।ସାଳନ୍ଦୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ କୂଳିଆ ଗାଁ ଲୋକମାନଙ୍କ ନିଦ ହଜି ଯାଇଛି । ବେଆଇନ ଭାବେ ନିୟମିତ ବାଲି ଖନନ ଯୋଗୁଁ ନଦୀର ଗତିପଥ ପରିବର୍ତ୍ତନ ହୋଇ ଗାଁ ଆଡ଼କୁ ନଦୀ ମାଡ଼ି ଆସିଛି । କୌଣସି ମୂହୁର୍ତ୍ତରେ ବନ୍ୟାଜଳ ଗାଁ ମଧ୍ୟକୁ ପଶି ଆସିପାରେ ବୋଲି ଲୋକେ ଆଶଙ୍କାରେ ରହିଛନ୍ତି ।
