ଅବସର ସମ୍ଭର୍ଦ୍ଧନା ସଭାରେ ବିଦାୟୀ ଶିକ୍ଷକଙ୍କ ଗୁଣ ଗାନ
ବିଂଝାରପୁର, (ସ୍ମୃତିରେଖା ମଲ୍ଲିକ) ବିଂଝାରପୁର ଶିକ୍ଷା ମଣ୍ଡଳ ଅଧୀନ ସୟଦପୁର ପଞ୍ଚାୟତ ମୀରମହଲ୍ଲା ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶାଦୁଲ୍ଲା ଖାନ ଗତମାସ ଚାକିରୀ ଜୀବନରୁ ଅବସର ନେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଗତକାଲି ସମ୍ବର୍ଦ୍ଧିତ ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ରବିନାରାୟଣ ମହାନ୍ତି ସଭାପତିତ୍ଵ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଧାୟିକା ପ୍ରମିଳା ମଲିକ, ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟାକ୍ଷା ରଞ୍ଜିତା ଦାସ, ସରପଞ୍ଚ ସେକ ସବୀର, ବିଇଓ ସୁବାସ ଚନ୍ଦ୍ର ବିଶ୍ୱାଳ, ରାଜ୍ୟ ସଙ୍ଘ ଉପଦେଷ୍ଟା ବିଜୟ କୁମାର ନାୟକ, ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ବିଇଓ ଅର୍ଣ୍ଣଦା ପ୍ରସାଦ ରାଣା, ପୂର୍ବତନ ବିଆରସିସି ପ୍ରମୋଦ କୁମାର ସାମଲ, ବଡ଼ଚଣା ବ୍ଲକ ସମ୍ପାଦକ ଆର୍ତ୍ତତ୍ରାଣ ସେଠୀ, ଏସଏମସି ଅଧ୍ୟକ୍ଷ ତାହେର ଅଲ୍ଲୀ ଖାନଙ୍କ ସମେତ ବହୁ ଅତିଥି ଯୋଗଦେଇ ପ୍ରଧାନ ଶିକ୍ଷକ ଶ୍ରୀ ଖାନଙ୍କ ଗୁଣଗାନ କରିଥିଲେ। ବହୁଦିନ ଧରି ଶ୍ରୀ ଖାନ ଶିକ୍ଷକ ସଂଘର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବାସହ ସେ ଜଣେ ଛାତ୍ର ବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ ବୋଲି କହିବାସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ସମୟାନୁବର୍ତ୍ତିତା ଓ ପରିମାର୍ଜିତ ଆଚରଣ ଉଚ୍ଚାରଣ ପାଇଁ
ଆଶାଦୂଲ୍ଲା ସାର୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ତାଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା । ବହୁ ଯୋଗ୍ୟ ସୁନାଗରିକ ଗଢି ଥିବା ଆଶା ଦୁଲ୍ଲାସାର୍ ଅବସର ପରେ ମଧ୍ୟ ସମାଜରେ ସଂସ୍କାର ଓ ପରିବର୍ତ୍ତନ ପାଇଁ ଉଦ୍ୟମ କରିବେ ବୋଲି ବିଧାୟିକା ଆଶା ବ୍ୟକ୍ତ କରିଥିଲେ। ବିଞ୍ଝାରପୁର
ବ୍ଲକର ବିଭିନ୍ନ ସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସିର ସଦସ୍ୟ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ସାମସୁଦ୍ଦିନ ସେକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅବସରପ୍ରାପ୍ତ ଶିକ୍ଷକ ଅଭୟ ଚରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସେକ ହବିବୁଲ ମୋଇନ, କଳାମୁଲ୍ଲା ଖାନ, ହିପଜୁର ରହେମାନ, ସେକ ଆଜିବୁଲ ମୁକ୍ତାର, ସଂଗ୍ରାମ କେଶରୀ ସାମଲ, ଅରୁଣ କୁମାର ନାୟକଙ୍କ ସମେତ ବହୁ ଶିକ୍ଷକ ସହଯୋଗ କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।
(
