, ବିଦ୍ୟାଳୟ, ରୁ ଘରକୁ, ଆସୁଥିବା , ବେଳେ, ଟ୍ରେନ ଧକ୍କା ରେ ଶିକ୍ଷକ, ମୃତ୍ୟୁ କୋରାପୁଟ…ମାଲବାହି ଟ୍ରେନ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ।ବିଦ୍ୟାଳୟ କାମ ସାରି ଘରକୁ ଫେରୁଥିବା ବେଳେ ଘଟିଗଲା ଅଘଟଣ । ସ୍କୁଲରୁ ଶିକ୍ଷାଦାନ ସାରି ଘରକୁ ଫେରୁଥିବା ବେଳେ ସୁକୁ ବ୍ରିଜ ନିକଟରେ ମାଲବାହି ଟ୍ରେନ ଧକ୍କାରେ ଆଖି ବୁଜିଛନ୍ତି କୁମାରଗନ୍ଧଣା ହାଇସ୍କୁଲର ଶିକ୍ଷକ ପବିତ୍ର ମୋହନ ସ୍ୱାଇଁ।
ସୂଚନା ଅନୁସାରେ, ଶିକ୍ଷକ ପବିତ୍ର ମୋହନ ସ୍ୱାଇଁ ସ୍କୁଲ ସାରି ନିଜ ମଟରସାଇକେଲ ଯୋଗେ କୋରାପୁଟ ଫେରୁଥିଲେ। ସୁକୁ ବ୍ରିଜ ନିକଟରେ ଟ୍ରେନ ଲାଇନ ପାର ହେଉଥିବା ସମୟରେ ଅଚାନକ ଆସିଯାଇଥିଲା ଟ୍ରେନ। ସେଠାରେ ଟ୍ରେନ ସହ ସିଧାସଳଖ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଅଭାବନୀୟ ଘଟଣା ପରେ ସମଗ୍ର ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
