ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ
(ନିପ୍ର ଗୋକୁଳାନନ୍ଦ ବେହେରା)ସରାଙ୍ଗ,୬/୮:ପରଜଙ୍ଗ ବ୍ଲକ କୁଆଳୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ଅବସର ପ୍ରାପ୍ତ ପୋଲିସ ଥାନା ଅଧିକାରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ସାହୁ ଙ୍କ ବଡ ଭାଇ ନରୋତ୍ତମ ସାହୁ ଙ୍କ ବୁଧବାର ଦିନ ପରଲୋକ ଘଟିଛି । କିଛି ଦିନ ପୂର୍ବ ରୁ ରୋଗରେ ପୀଡିତ ଥିଲେ । ସେ ପୋଲିସ୍ ଥାନା ଅଧିକାରୀ ଭାବେ ଅନୁଗୋଳ, ଦେଓଘର, ରାଉରକେଲା ଥାନା ରେ କାର୍ଯ୍ଯ କରିଥିଲେ ପରେ ସେ ଚାକିରୀ ରୁ ଅବସର ନେଇ ଗାଁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସ୍ତ୍ରୀ ,ପୁତ୍ର, ପୁତ୍ର ବଧୁ,ଝିଅ,ଜ୍ୱାଇଁ,ନାତି,ନାତୁଣୀ,ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏବଂ ଆଖପାଖ ଅଞ୍ଚଳର ମାନଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ସମବେଦନା ଜଣାଇଥିଲେ।ରୀତିନୀତି ଅନୁସାରେ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ଶ୍ରୀ ସାହୁ ଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ଜିଲ୍ଲା ସଭାପତି ରାସବିହାରୀ ବେହେରା,ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟକ୍ଷା ଯଶସ୍ୱୀନୀ ରାଉତ, ସରପଞ୍ଚ ଅଜିତ ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ସମ ବେଦନା ଜଣାଇଛନ୍ତି
