ସୋର ଡାକ୍ତରଖାନାରେ ରକ୍ତଦାନ ଶିବିର
ସୋର(ଜ୍ୟୋତିପ୍ରକାଶ ଦୀକ୍ଷିତ, ଭଞ୍ଜଦୂତ,ନିପ୍ର)- ରକ୍ତ ଦାନ ମହତ୍ ଦାନ। ସଂପ୍ରତି ବନ୍ୟା ପରିସ୍ଥିତିରେ ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଓ ଥାଲାସେମିଆ ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ଲକ୍ଷ କରି ସୋର ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଡାକ୍ତରଖାନାର ଭାରପ୍ରାପ୍ତ ଡାକ୍ତର କାଶୀନାଥ ପଣ୍ଡା ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହାକୁ ବାଲେଶ୍ବର ରକ୍ତ ଭଣ୍ଡାରର ମୋନାଲିସା ମହାନ୍ତି, କ୍ଷୀରୋଦ ଚନ୍ଦ୍ର ବେହେରା, ଅଭିରାମ ପଣ୍ଡା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏଥିରେ ସୋର ରକ୍ତଦାତା ସଂଘର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ।
