ନୀଳମଣି ମହାବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସ ପାଳିତ।
ବସ୍ତା:-(ନି.ପ୍ର)ସେଖ ଆଜାରୁଦ୍ଦିନ
ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ. ତପନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରରେ ସେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସତ୍ୟେନ୍ଦ୍ର କୁମାର ପାଲ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର ମହାବିଦ୍ୟାଳୟ ସଫଳତାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୁରାତନ ଛାତ୍ର ସଂସଦର ବରିଷ୍ଠ ଉପଦେଷ୍ଟା ପର୍ଶୁରାମ ବେହେରା, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ବାସନ୍ତୀ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ଅମର କୁମାର ପାଳ, ପ୍ରକୃତି ବନ୍ଧୁ ଗୋପାଳ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ସରୋଜ କୁମାର ପାଣି ଓ ପିନାକ୍ଷୀ ପଣ୍ଡା ପ୍ରମୁଖ ଯୋଗଦେଇ ନୀଳମଣି ମହାବିଦ୍ୟାଳୟ ପଚାଶ ବର୍ଷ ସ୍ୱର୍ଣ୍ଣିମ ଅଧ୍ୟାୟର ଘଟଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଅତୀତ ଇତିହାସକୁ ମନେପକାଇବା, ବର୍ତ୍ତମାନର ଯୋଜନାକୁ କାର୍ଯ୍ୟକାରୀ କରାଇବା ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପ୍ରତିଷ୍ଠାତା ସଦସ୍ୟମାନେ ଦେଖିଥିବା ସ୍ୱପ୍ନକୁ ସାକାର କରିବା ନିମିତ୍ତ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଅଧ୍ୟାପିକା ରୁବିରାଣୀ ଦାଶ, ରଶ୍ମିତା ମହାପାତ୍ର, ଅଧ୍ୟାପକ ଡ. ଅର୍ଦ୍ଧେନ୍ଦୁ କୁମାର ଦାଶ, ଡ. ଶାନ୍ତନୁ କୁମାର ଜେନା, ଚନ୍ଦନ କୁମାର ଦାସ, ପ୍ରଶାନ୍ତ ସିଂ, ସିଦ୍ଧାର୍ଥ ବରାଳ, ସୁଧାଂଶୁ ଶେଖର ଜେନା ଓ ଶ୍ରୀଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜୟନ୍ତ ମଲ୍ଲିକ, ଶ୍ରୀଧର ମହାପାତ୍ର, ନରେନ୍ଦ୍ର ମହାପାତ୍ର, ଲମ୍ବୋଦର ଜେନା, ସାଗର ସାହୁ, ସୋହମ ସାହୁ, ଯଜ୍ଞେଶ୍ଵର ଗିରି, ପ୍ରଦ୍ୟୁମ୍ନ ସି, ରିଙ୍କି ମାଇତି, ଅଭିପ୍ସା ନାୟକ, ରାଜେନ୍ଦ୍ର ଦାସ, ରଞ୍ଜିତ ତପସ୍ୱୀ ଓ ଲକ୍ଷ୍ମୀ ହାସଦା ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ ଡ. ତପନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
