ଲର୍କା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ।
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲର୍କା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଳ (ଅଧ୍ୟକ୍ଷ )ବସନ୍ତ କୁମାର ମେହେରଙ୍କ ତତ୍ୱାବଧାନରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ। ବରିଷ୍ଠ ଶିକ୍ଷକ ପରେଶ ଚନ୍ଦ୍ର ମାଝୀ ସ୍କୁଲ ପରିଚାଳନା କମିଟିର ଭୁକିକା କଣ ଓ ସରକାରଙ୍କ କେଉଁ ସବୁ ନିୟମ ରହିଛି ତାହା ସବୁ କମିଟି ସଦସ୍ୟ-ସଦସ୍ୟା କିପରି ନିଜର ଦାଇତ୍ୱ ସୁଚାରୁ ରୂପେ ପାଳନ କରିବେ ତାହା ସବୁ ବିସ୍ତୃତ ଭାବରେ ଉପସ୍ଥିତ ଥିବା ଅଭିଭାବକ ଅଭିଭାବିକା ପୂର୍ବ କମିଟି କର୍ମକର୍ତା ୱାର୍ଡ ସଭ୍ୟ ନାଏବ ସରପଞ୍ଚ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ବୁଝାଇଥିଲେ। ତତ ପଶ୍ଚାତ୍ କମିଟି ଗଠନ ର ନିୟମାନୁଯାୟୀ ଅଭିଭାବକ ଅଭିଭାବିକାଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ନୂତନ ପରିଚାଳନା କମିଟି ନିମନ୍ତେ ୨୫ଜଣ ସଭ୍ୟ ସଭ୍ୟାଙ୍କୁ ଚୟନ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କ ପ୍ରସ୍ତାବ ଓ ସମର୍ଥନ ଅନୁସାରେ ପରିଚାଳନା କମିଟିର ନୂତନ ସଭାପତି ଭାବେ ଗୋବିନ୍ଦ ସିଂ ଉପସଭାପତି ତୁଳନବତୀ ଶବରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସର୍ବସମ୍ମତି କ୍ରମେ କମିଟି ସଦସ୍ୟ ସଦସ୍ୟା ଅନୁସୂଚିତ ଜାତି ବର୍ଗରୁ ରିକ୍ଷୀରାମ ଶବର, ଅନୁସୂଚିତ ଜନଜାତି ବର୍ଗରୁ ରମେଶ ବାଗ
ପଛୁଆ ବର୍ଗରୁ ନବୀନ କୁମାର ହେର୍ଣ୍ଣା ସାଧାରଣ ବର୍ଗରୁ କୃଷ୍ଣ ପଟ୍ଟନାୟକ, ଧନସିଂ ନାଗେଶ ଦିବ୍ୟାଙ୍ଗ ବର୍ଗରୁ ବିନୋଦ ରାଉତ, ଫୁଲମତି ତାଣ୍ଡି, ଗୋପାଳ ପଟେଲ, ନିଦ୍ରା ତାଣ୍ଡି, ସତ୍ୟ ନାରାୟଣ ନିଆଲ, ବୃନ୍ଦାବତୀ ବାଗ, ଗଜେନ୍ଦ୍ର ବାଗ, ଚମ୍ପା ପୁଞ୍ଜି, ରମୁଳା ତାଣ୍ଡି, ବାସନ୍ତୀ ପଟେଲ, ମାଳତୀ ଭିତ୍ରିଆ, ଜଗଜୀବନ ନାଗେଶ, ନାଏବ ସରପଞ୍ଚ ଗୋପ କାଁହୁ ପଟ୍ଟନାୟକ, ଅଙ୍ଗନବାଡି କର୍ମୀ ରଞ୍ଜିତା ଖେତୀ, ଆଶାକର୍ମୀ ଶାନ୍ତିଲତା ବାଗ, ଯୁନୁସ ଖାନ ପ୍ରିନ୍ସିପାଳ ବସନ୍ତ କୁମାର ମେହେର, ବରିଷ୍ଠ ଶିକ୍ଷକ ପରେଶ ଚନ୍ଦ୍ର ମାଝୀ ପ୍ରମୁଖଙ୍କୁ କମିଟିରେ ସ୍ଥାନ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଙ୍କ କିଭଳି ଭାବରେ ବିକାଶ ହେବ ତାହା ନୂତନ ସଭାପତି ଗୋବନ୍ଦ ସିଂ ମତ ପ୍ରକଶ କରିଛନ୍ତି।
ନୂଆପଡ଼ା ଜିଲ୍ଲା ବୋଡେନ ରୁ କିର୍ତ୍ତୀ ଚନ୍ଦ୍ର ନାଗ ଭଞ୍ଜଦୂତ ଖବର
