ଶୀର୍ଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ
___________________
ସାରସକଣା,(୨୪/୭/୨୬):(ନି.ପ୍ର): ଓଡ଼ିଶା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଆଧୁନିକ ବୈଜ୍ଞାନିକ ଯୁଗରେ ଛୋଟ ଛୋଟ ପିଲାମାନଙ୍କୁ ଉନ୍ନତ ମାନର ଜ୍ଞାନ କୌଶଳରେ ଶିକ୍ଷାଦାନ ପାଇଁ ଆଦର୍ଶ ବିଦ୍ୟାଳୟ ମାନ ଖୋଲାଯାଇଛି । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତ ଅନ୍ତର୍ଗତ ଶୀର୍ଷା ଠାରେ ୨୦୧୬ ମସିହା ରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ବାରା ଏକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦ୍ ଘାଟନ କରାଯାଇ ଛାତ୍ର ଗ୍ରହଣ କରି ଶିକ୍ଷାଦାନର ଆରମ୍ଭ କରାଯାଇଥିଲା । ତତ୍ପରେ ଷଷ୍ଠ, ସପ୍ତମ, ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟାୟ କ୍ରମେ ଖୋଲାଯାଇ ଶିକ୍ଷାଦାନ କରାଯାଉଥିବା ବେଳେ ଏବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲା ଯାଇ ଶିକ୍ଷାଦାନ ଦିଆଯାଉଛି । ବିଦ୍ୟାଳୟ ଆରମ୍ଭରୁ ଅଦ୍ୟାବଧି ଉକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଫଳାଫଳ ଉଚ୍ଚତର ରହି ଆସୁଅଛି । ଷଷ୍ଠ ଠାରୁ ଦଶମ ପର୍ଯ୍ୟନ୍ତ ପାଞ୍ଚଗୋଟି ଶ୍ରେଣୀରେ ଅତ୍ୟଧିକ ଛାତ୍ରୀଛାତ୍ର ରହୁଥିବା ବେଳେ ପ୍ରତିଟି ଶ୍ରେଣୀରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଓ ଏକାଦଶ ଏବଂ ଦ୍ୱାଦଶ ର ଦୁଇଟି ଶ୍ରେଣୀକୁ ମିଶାଇ ବିଦ୍ୟାଳୟରେ ମୋଟ ୪୦୦ ଜଣ ଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ଜ୍ଞାନ ସଂପୂର୍ଣ୍ଣ ଶିକ୍ଷକ ଆବଶ୍ୟକ । ଏଣୁ ବିଦ୍ୟାଳୟର ଗାଇଡ୍ ଲାଇନ୍ ଅନୁଯାୟୀ ଆବଶ୍ୟକ ହେଉଥିବା ୧୯ ଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସହିତ ଲେବରଟେରୀ ଏଟେନ୍ଡ଼େନ ଜଣେ, ପିଅନ ଜଣେ, ରାତ୍ରୀ ଜଗୁଆଳି ଜଣେ ଓ ଜଣେ କିରାଣୀକୁ ମିଶାଇ ୨୩ ଜଣ ରହିବା କଥା । ମାତ୍ର ବର୍ତ୍ତମାନ ୧୮ ଜଣ କର୍ମଚାରୀ ଥିବା ବେଳେ ୫ ଜଣ ନାହାନ୍ତି । ସେହି ୫ ଜଣଙ୍କ ମଧ୍ୟରୁ ସାମାଜିକ ବିଜ୍ଞାନ ଜଣେ , ପି.ଜି.ଟି ଇଂରାଜୀ ଜଣେ, ପି.ଜି.ଟି କମ୍ପୁଟର୍ ଜଣେ, ହିନ୍ଦୀ ଶିକ୍ଷକ ଜଣଙ୍କ ସହିତ କିରାଣୀ ପଦକୁ ନେଇ ପାଞ୍ଚ ଗୋଟି ପଦ ଫାଙ୍କା ଥିବାରୁ ବାଧ୍ୟ ହୋଇ ଶିକ୍ଷକ ମଧ୍ୟରୁ ଜଣେ ଶିକ୍ଷା ଦାନ ସହିତ କିରାଣୀଙ୍କ କାମ ସମ୍ପାଦନ କରୁଛନ୍ତି । ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକଙ୍କ ଆବଶ୍ୟକ ଥିବା ବେଳେ ଶିକ୍ଷକ ନ ଥିବାରୁ ଛାତ୍ରୀ ଛାତ୍ର ମାନଙ୍କୁ ଉନ୍ନତମାନର ଶିକ୍ଷାଦାନରେ ବାଧା ପ୍ରାପ୍ତ ଘଟୁଛି । ଏପରି ସ୍ଥଳେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଗଣ ଚିନ୍ତାରେ ରହୁଛନ୍ତି । ଉକ୍ତ ବିଷୟକୁ ନେଇ ବିଦ୍ୟାଳୟର ଇନ୍ଚ଼ାର୍ଯ୍ୟ ଅଧ୍ୟକ୍ଷ ସୁମନ ଜାନା ଙ୍କୁ ପଚ଼ାରିବାରୁ ସେ କହନ୍ତି ଶିକ୍ଷକ ଅଭାବକୁ ନେଇ ଆମେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସୂଚନା ଦେଇ ସାରିଛୁ, ସେ ଯାହା ବ୍ୟବସ୍ଥା କରିବେ । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାରେ ଥିବା ୨୬ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଚାଳନା କରୁଥିବା ନୋଡ଼ାଲ ଅଧ୍ୟକ୍ଷ ରାଇରଙ୍ଗପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କୁ ଶିକ୍ଷକ ଅଭାବ ସମ୍ବନ୍ଧରେ ପଚାରିବାରୁ ସେ କହନ୍ତି କିଛି ଶିକ୍ଷକ ଓଡ଼ିଶା ସରକାରଙ୍କ ଉଚ୍ଚ ନ୍ୟାୟଳୟରେ ଅପିଲ କରି ଧର୍ମଘଟ କରିଥିବାରୁ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେଉଛି। ଯାହାହେଉ ମୁଁ ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଯାଇ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଅବଗତ କରିଛୁ । ଶିକ୍ଷକ ନିଯୁକ୍ତି ନେଇ ଆଦେଶନାମା ପ୍ରସ୍ତୁତ କରାଯାଇଛି, ଏଣୁ ଯଥା ଶୀଘ୍ର ଆଉ ୪/୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକିୟା ଜାରି କରିବୁ | ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
