ସାରସକଣା ବ୍ଲକରେ ୧୨୫୮୬ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଧାନଚାଷ ୯୪୫୭ ହେକ୍ଟର ଥିଲା ବେଳେ ଅଣଧାନ ଚାଷ ଜମି ୩୧୨୯ ହେକ୍ଟର
__________________
ସାରସକଣା,(୨୪/୭/୨୬):(ନି.ପ୍ର);
ମୟୂରଭଞ୍ଜ ଜିଲ୍ଲା ଉପାନ୍ତ ସାରସକଣା ବ୍ଲକର ୧୭ ଗୋଟି ପଞ୍ଚାୟତରେ ମୋଟ ୧୭୪୭୬.୩୮ ହେକ୍ଟର ଚାଷ ଉପଯୋଗୀ ଜମି ରହିଛିା ସେଥି ମଧ୍ୟରୁ ରାଜାଲୋକା ପଞ୍ଚାୟତରେ ୯୬୬.୧୬ ହେକ୍ଟର, ଉମାଦେଇପୁର ୧୪୯୨.୭୮ ହେକ୍ଟର , ଯୋକା ୧୩୦୦.୭୯ ହେକ୍ଟର , ପୋଖରିଆ ୧୧୯୮.୮୫ ହେକ୍ଟର , ସାରସକଣା ୧୩୭୦ ହେକ୍ଟର , ଶୀର୍ଷା ୧୨୧୫.୦୭ ହେକ୍ଟର ,ଭୁରୁଷାଣୀ ୧୨୭୧.୩୩ ହେକ୍ଟର ,ଜାଲଦା ୭୭୫.୬୮ ହେକ୍ଟର , ଧାଙ୍ଗୁଡ଼ି ଶୋଳ ୯୯୩.୭୧ ହେକ୍ଟର , ପୋଖରଡ଼ିହା ୧୦୭୪ ହେକ୍ଟର , ପାକଟିଆ ୧୦୫୪.୭୯ ହେକ୍ଟର , ମୁରୁଣିଆ ୮୭୦.୦୩ ହେକ୍ଟର , ବାଗବୁଡ଼ା ୧୦୩୭.୩୧ ହେକ୍ଟର , ଝାରପୋଖରିଆ ୮୨୧.୯୪ ହେକ୍ଟର , ଶଙ୍ଖାଭଙ୍ଗା ୧୨୧୦.୦୩ ହେକ୍ଟର , ପାଣ୍ଡରା ୩୨୨.୨୮ ହେକ୍ଟର , ଶିଲ୍ ଫୋଡ଼ି ୫୧୦.୩୬ ହେକ୍ଟର ରହିଥିବା ଜଣାପଡ଼ିଛି। ମୋଟ ଜମି ୧୭୪୭୬.୩୮ ହେକ୍ଟର ମଧ୍ୟରୁ ରାସ୍ତା,ବାସଘର ଓ ପୋଖରୀ, ଗଡ଼ିଆରେ ୫୧୩.୮୯୩୯ ହେକ୍ଟର , ଅନାବାଦୀ ପଡ଼ିଆ ଜମି ୧୫୨୮.୬୯୯୭ ହେକ୍ଟର , ଚାଷ ଉପଯୋଗୀ ୧୦୮୨୭.୬୭୫୪ ହେକ୍ଟର ଓ ଧାନ ଚାଷ ନିମନ୍ତେ ୧୨୫୮୬ ହେକ୍ଟର ଜମି ରହିଛି। ସେଥି ମଧ୍ୟରୁ ଧାନ ଚାଷ ନିମନ୍ତେ ୯୪୫୭ ହେକ୍ଟର ଓ ଅଣ ଧାନଚାଷ ପାଇଁ ୩୧୨୯ ହେକ୍ଟର ରହିଛି। ଚଳିତ ବର୍ଷ ଖରିଫ୍ ଋତୁ ଧାନ ଚାଷ ପାଇଁ ୯୪୫୭ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ଧାନଚାଷ ପାଇଁ ଆବଶ୍ୟକ ହେଉଥିବା ବର୍ଷାପାଣି ଚଳିତ ବର୍ଷା ଋତୁରେ ସ୍ଵଳ୍ପ ବର୍ଷା ଚାଷୀଙ୍କ ପାଇଁ ବାଧକ ସାଜିଛି। ଚଳିତ ବର୍ଷ ଅଦ୍ୟାବଧି ସ୍ଵଳ୍ପ ବର୍ଷା ହେଉ ଥିବା ହେତୁ ଚାଷୀ ଚାଷ କାମ ସଂପୂର୍ଣ୍ଣ କରିପାରି ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି । ବର୍ଷାଜଳର ଅଭାବ ହେତୁ ଅର୍ଦ୍ଧାଧିକ ଜମି ରୁଆ ବେଉଷଣ ନ ହୋଇ ପଡ଼ିଆ ପଡ଼ିରହିଛି । ତା ସହିତ, ଚ଼ାଷ କାମ ନିମନ୍ତେ ଆବଶ୍ୟକ ହେଉଥିବା ମୂଲମଜୁରିଆ ମିଳୁ ନ ଥିବାରୁ ଚାଷ କାର୍ଯ୍ୟରେ ବିଲମ୍ବ ଘଟୁଛି । ଏଣୁ, ଚଳିତ ବର୍ଷ ଚ଼ାଷର ସଂଗୃହୀତ ଧାନ ନେଇ ଚାଷୀ ଚିନ୍ତାରେ ରହିଛନ୍ତି । ଏହାକୁ ନେଇ ସାରସକଣା କୃଷି ଅଧିକାରୀ କୀର୍ତ୍ତିମାନ ଗାଗରାଇ ଙ୍କ କହିବାନୁଯାୟୀ ମୋଟ ୯୪୫୭ ହେକ୍ଟର ଜମି ଧାନ ଚାଷ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅଦ୍ୟାବଧି ୩୯୯୭ ହେକ୍ଟର ଜମିରେ ଧାନ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୫୪୬୧ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଆଗାମୀ ବର୍ଷା ଜଳକୁ ଲକ୍ଷ୍ୟ ରଖି ଗାଷୀ ପରିବାର ଚାଷକାର୍ଯ୍ୟ କରି ଚାଲିଛନ୍ତି ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
