ରଘନାଥପୁର ଗ୍ରାମରେ ଦଶ ବର୍ଷ ଧରି ପାଳିତ ହେଉଛି ମାଆ ଧନଦାତ୍ରି ଙ୍କ ପୁଜା
(କୃତ୍ତିବାସ ନାୟକ)ନୀପ୍ରା
ଭଞ୍ଜ ଦୂତ ଖବର
ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ପଞ୍ଚାୟତ ରଘନାଥପୁର ଗ୍ରାମରେ ଦୀର୍ଘ୍ ଦଶ ବର୍ଷ ଧରି ଭକ୍ତି ଓ ଶ୍ରଦ୍ଧା ର ସହ ପାଳିତ ହୋଇଆସୁଅଛି ।ମା , ଧନଦାତ୍ରି ଙ୍କୁ ପୂଜା । ଏହି ପୂଜାକୁ ନେଇ ଗ୍ରାମବସୀଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ପୂଜା କମିଟି ସମସ୍ତ ସଦସ୍ୟଙ୍କ ଉଦ୍ୟମ ଓ ନାୟକ ସାହିର ସହଯୋଗରେ ପୂଜା ଆୟୋଜନ କରାଯାଇଥିଲା । ସକାଳ ପ୍ରାୟ ପାଞ୍ଚ ଘାଣ୍ଟିକା ସମୟରେ ପୂଜକ ସୁଧାକର ନନ୍ଦ ଓ କ୍ଷୀରୋଦ ଙ୍କ ପୌରାହିତ୍ୟରେ ବାଜା, ଓ ରୋଷଣୀ ସହ ମାଆ ଧନ ଦାତ୍ରୀଙ୍କ ଘଟ ଅଣାଯାଇଥିଲା । ଏହା ପରେ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଥିଲା । ଏହି ଅବସରରେ ଶତାଧିକ ଭକ୍ତ ପୁଜସ୍ତଳରେ ଉପସ୍ଥିତ ରହି ମା ଙ୍କ ଦର୍ଶନ କରି ଥିଲେ । ପରଦିନ ସକାଳ ଦଶଟା ସମୟରେ ଗ୍ରାମବାସୀ ଓ ପୂଜାକମିଟିର ସଦସ୍ୟ ମାନେ ମାଆ ଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟା ବେଳକୁ ଶତାଧିକ ଭକ୍ତ ଗ୍ରାମବାସୀ ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପୂଜା ମାଧ୍ୟମରେ ଗ୍ରାମରେ ଧାର୍ମିକ ଭାବନା ସହ ଆଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ପ୍ରତିଳିତ ହୋଇଥିଲା । ମାଆ ଧନ ଦାତ୍ରୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ ବୋଲି ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ରୀଯୁକ୍ତ ତ୍ରୈଲୋକ୍ୟ ନାଏକ, ଚୈତନ୍ୟ କୁମାର,ପଙ୍କଜ ଲୋଚନ ନାଏକ, ଇନ୍ଦ୍ରମଣି ନାଏକ,ଚିତ୍ରସେନ ନାଏକ,ସୌଭାଗ୍ୟ ନାୟକ, ସମାଜ ସେବୀ ଶ୍ରୀଯୁକ୍ତ ପଦ୍ମ ଲୋଚନ ନାୟକ ମାଆ ଙ୍କ ପାଦ ପଦ୍ମରେ କୋଟି ପ୍ରଣାମ କରି ଥିଲେ ।
ଜୟ ମା ଧନ ଦାତ୍ରି
