ପୁଟୁପଡ଼ା ଗାଁର ଦୁଇ ନାବାଳକ ନିଖୋଜ ପୋଲିସ ର ତଦନ୍ତଜାରି
ବଲାଙ୍ଗିର ଜିଲ୍ଲା ୨୮/୨୬ (ଝସକେତନ ନାଗ ଙ୍କ ରିପୋର୍ଟ୍ ଭଞ୍ଜଦୂତ)ସିନ୍ଧେକେଲା ଥାନା ପୁଟୁପଡା ଗାଁ ର ଜିତୁ ବଛା ଙ୍କ ପୁଅ ବବଲୁ ବଛା ନବମ ଶ୍ରେଣୀ ର ଛାତ୍ର (୧୪) ଶମ୍ବୁନାଥ ବାଗ ଙ୍କ ପୁଅ ସୁମନ ବାଗ ସପ୍ତମ ଶ୍ରେଣୀ ର ଛାତ୍ର (୧୨) ସୂଚନା ଅନୁଯାଇ ଦୁହେଁ ସିନ୍ଧେକେଲା କୁ ପ୍ରତିଦିନ ସକାଳୁ ସକାଳୁ ଟିଉସନ ଯାଆନ୍ତି ଆଜି ମଧ୍ୟ ଟିଉସନ ଯାଇଥିବେ ବୋଲି ଘର ଲୋକ କିଛି ସନ୍ଦେହ କରି ପାରି ନ ଥିଲେ ପରେ ଦିନ ୧୦ ହେବା ପରେ ପାଠ ପଢିବା କୁ ନେଇ ଯାଉଥିବା ବହି ବସ୍ତାନି ବ୍ୟାଗ ଘରେ ଥିବା ଦେଖି ସନ୍ଦେହ କରିଥିଲେ ପରିବାର ଲୋକ ପରେ ସାହି ପଡିସା କୁ ଯାଇ ଖୋଜା ଖୋଜି କରିଥିଲେ କୌଣସି ସୁରାକ ପାଇ ନ ଥିବା ବେଳେ ନିଖୋଜ ସନ୍ଦେହ କରି ସିନ୍ଧେକେଲା ଥାନାକୁ ଆସି ଏକ ଲିଖିତ ମାମଲା ରୁଜୁ କରିଥିଲେ ପୋଲିସ ମାମଲା ରୁଜୁ ହେବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ସୂଚନା ମୁତାବକ ଦୁଇ ନାବାଳକ ଟିଟିଲାଗଡ଼ ରେଲୱେ ଷ୍ଟେସନ ଭିତରେ ବୁଲୁଥିବା ଦୃଶ୍ୟ ସିସିଟିଭି ରେ କଏଦ ହୋଇ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି ତେବେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।
