-
‘ଅର୍ଣ୍ଣବ’ ପ୍ରଭାବରେ ଖଜୁରୀପଡ଼ାରେ ପ୍ରବଳ ବର୍ଷା ଓ ପବନ..
ଗଛ ଭାଙ୍ଗି ରାସ୍ତା ଅବରୋଧ, ବିପଦକୁ ଖାତିର ନକରି ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ
ଖଜୁରୀପଡ଼ା
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ପବନରେ ବିଭିନ୍ନ ସ୍ଥାନରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଗାଡ଼ିମୋଟର ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହୋଇଛି।
ଖଜୁରୀପଡ଼ା ଅଞ୍ଚଳର ଗଡ଼ପଦର, ଦୁତିପଡ଼ା ଓ ବନ୍ଧସାହି ଆଦି ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟାତ କରୁଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏଭଳି ପରିସ୍ଥିତିରେ ଖଜୁରୀପଡ଼ା ଦମକଳ ବାହିନୀର କର୍ମଚାରୀମାନେ ବର୍ଷା ଓ ପ୍ରବଳ ପବନକୁ ଖାତିର ନକରି ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇବା ସହ ଯାତାୟାତ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ନିଜର ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ଦମକଳ ବାହିନୀର ଏହି ନିଷ୍ଠାପର ସେବା ପ୍ରଶଂସନୀୟ। ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଏହି ଯୋଦ୍ଧାମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ।
ଖଜୁରୀପଡ଼ା ଦମକଳ ବାହିନୀର ଏହି ମହତ୍ କାର୍ଯ୍ୟକୁ ମୋର ହୃଦୟରୁ ସଲାମ।
