ରାଜ୍ୟ ସରକାର ତରଫରୁ ସୌମ୍ୟାଶ୍ରୀ ପରିବାରଙ୍କୁ ମିଳିଲା ୨୦ ଲକ୍ଷ ଟଙ୍କାର ସହାୟତା ରାଶି
————————————
: ସାରସକଣା,ଜାମଶଳା(ନି.ପ୍ର):ଅନିଲ କୁମାର ସାହୁ: ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମହୁତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷ ଟଙ୍କା ର ଅନୁକମ୍ପା ରାଶି ଘୋଷଣା କରି ଥିଲେ।ଆଜି ଅପରାହ୍ନରେ ଭୋଗରାଇ ବ୍ଲକ ପଳାସିଆ ଗ୍ରାମସ୍ଥିତ ସୌମ୍ୟାଶ୍ରୀଙ୍କ ବାସଭବନରେ ତାଙ୍କ ବାପା ବଳରାମ ବିଶିଙ୍କୁ ବାଲେଶ୍ଵର ଉପ ଜିଲ୍ଲାପାଳ ମଧୁମିତା ସାମନ୍ତରାୟ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଉପ ଜିଲ୍ଲାପାଳ ଶ୍ରୀମତୀ ସାମନ୍ତରାୟ ୨୦ ଲକ୍ଷ ଟଙ୍କାର ଚେକ୍ ବଳରାମଙ୍କୁ ପ୍ରଦାନ କରିଛନ୍ତି।ଏଥିସହ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ ପ୍ରଦାନ କରିଥିଲେ। ଚେକ୍ ପ୍ରଦାନ ସମୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ,ବଡ଼ସାହି ବିଧାୟକ ସନାତନ ବିଜୁଳି,ବିଜେପି ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ଜଳେଶ୍ଵର ବିଜେପି ନେତା ବ୍ରଜମୋହନ ପ୍ରଧାନ,ବାଲିଆପାଳ ବିଜେପି ନେତା ରବିନ୍ଦ୍ର ଅଣ୍ଡିଆ,ଭୋଗରାଇ ବିଜେପି ନେତା ଆଶିଷ ପାତ୍ର,ବରିଷ୍ଠ ବିଜେପି ନେତା ଅଂଶୁମାନ ମହାନ୍ତି,ରାଜେଶ ଖଟୁଆ,ସରପଞ୍ଚ ଦିଲ୍ଲୀପ ଦତ୍ତ,ରାଧାକାନ୍ତ ପ୍ରଧାନ ଉପସ୍ଥିତ ଥିଲେ।।ଭଞ୍ଜଦୂତ ଖବର।।
