ଖରସ୍ରୋତା ନଦୀକୁ ଡେଇଁଥିବା ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର
ଯାଜପୁର /ବିଂଝାରପୁର (ନିପ୍ର) : ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚଯାୟତରେ ଥିବା ଖରସ୍ରୋତା ପୋଲ ଉପରୁ ନଦୀକୁ ୧୭ ତାରିଖ ଗୁରୁବାର ଡେଇଁଥିବା ମଧୁସ୍ମିତାଙ୍କ ମୃତଦେହ ଗତକାଲି ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଓଳେଇଚନ୍ଦନପୁର ସାମଲ ସାହି ଛନ୍ଦା ନିକଟରୁ ଉଦ୍ଧାର କରାଯାଇଛି | ଯୁବତୀ ଜଣକ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁଦାମା ଚରଣ ମିଶ୍ର ଙ୍କ ଝିଅ ମଧୁସ୍ମିତା ମିଶ୍ର (୨୨) | ସେ ଗତ ୧୭ ତାରିଖ ଗୁରୁବାର ସିଂହପୁର ବଜାରକୁ କମ୍ପୁଟର କ୍ଲାସ୍ କରିବାକୁ ଆସିଥଲେ | କମ୍ପୁଟର କ୍ଲାସ ସରିବାପରେ ଘରକୁ ଫେରୁଥିବା ବାଟରେ ଗୋବିନ୍ଦପୁରରେ ଥିବା ଖରସ୍ରୋତା ନଦୀ ପୋଲ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ | ଦୁଇଦିନ ହେବ ବିଂଝାରପୁର I. I. C ବାମଦେବ ନନ୍ଦ ଓ ବିଞ୍ଝାରପୁର ପୁରା ପୋଲିସ ବିଭାଗ ଙ୍କ ନେତୃତରେ ବହୁ ଘାତ ପ୍ରତି ଘାତ ସ୍ୱତେ କାରଣ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ହୋଇ ଥିବାରୁ ଓ ଅଗ୍ନିଶ୍ରମ କର୍ମଚାରୀ ଓ ଓଡ୍ରାଫ୍ ଦଳ ବହୁ ଖୋଜାଖୋଜି ପରେ | ଗତକାଲି ଯାଜପୁର ଜିଲ୍ଲାର ଓଳେଇଚନ୍ଦନପୁର ଗ୍ରାମର ସାମଲ ସାହି ଛନ୍ଦା ନିକଟ ଖରସ୍ରୋତା ନଦୀରୁ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଛି | ମଧୁସ୍ମିତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ | ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ୟୁଡି କେସ ନମ୍ବର – ୧୭ / ୧୮/୭/୨୦୨୫ ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି |
