
ବଲାଙ୍ଗୀର (ବିନୟ କୁମାର ନନ୍ଦ) : ବଲାଙ୍ଗୀର ଜ଼ିଲ୍ଲା, ଟିଟିଲାଗଡ଼ ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ଟିଟିଲାଗଡ଼ ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି l ଆଜି ସକାଳୁ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରି ଖୋଲତାଡ଼ ଜାରୀ ରଖିଛନ୍ତି l ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଶ୍ରୀ ମାଝିଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର, ପୈତୃକ ଘର ସମ୍ବଲପୁର ରେ ମଧ୍ୟ ରେଡ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି |