ଦ୍ଵିତୀୟ ମମତାଜ ହୁସେନ ଫୁଟବଲ ଟୁଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସୋର (ଭଞ୍ଜଦୂତ ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ଫୁଟବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଦ୍ଵିତୀୟ ‘ମମତାଜ୍ ହୋସେନ୍ ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’। ସୋର ଷ୍ଟେସନ ଛକ ସ୍ଥିତ ରୟାଲ ହୋଟେଲ ପରିସରରେ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋର ଫୁଟବଲ ଆସୋସିଏସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଖେଳପଡ଼ିଆରେ ଡିସେମ୍ବର ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ମହାସମର ଦେଖିବାକୁ ମିଳିବ। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୬ଟି ପ୍ରମୁଖ ତଥା ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରୁଛନ୍ତି। ସେଗୁଡ଼ିକ ହେଲା- ଓଡ଼ିଶା ପୋଲିସ୍, ଝାଡ଼ଖଣ୍ଡ ଏଫ୍ସି, କଟକର ମଙ୍ଗଳା କ୍ଲବ, ପଶ୍ଚିମବଙ୍ଗର କୋଲାଘାଟ ଏଫସି, ଭୁବନେଶ୍ଵରର ଜଗା ୟୁନାଇଟେଡ୍ ଏବଂ ଗତବର୍ଷର ଚାମ୍ପିୟନ ଦଳ ମେଦିନିପୁରର ଖୁଦିରାମନଗର ସୁଭାଷ କର୍ଣ୍ଣର କ୍ଲବ।ଚାମ୍ପିୟନ ଦଳକୁ ୭୦,୦୦୦ ଟଙ୍କା ଓ ଟ୍ରଫି ରନର୍ସ ଅପ୍ ଦଳକୁ ୫୦,୦୦୦ ଟଙ୍କା ଓ ଟ୍ରଫି,ପ୍ରତେକ ଦିନ ଜଣେ ଶ୍ରେଷ୍ଠ ଖେଳାଳିଙ୍କୁ ୧,୦୦୦ ଟଙ୍କା, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବା ମ୍ୟାନ୍ ଅଫ୍ ଦି ସିରିଜଙ୍କୁ ୨,୦୦୦ ଟଙ୍କା, ଶ୍ରେଷ୍ଠ ଗୋଲକିପର ଏବଂ ଶ୍ରେଷ୍ଠ ଡିଫେଣ୍ଡରଙ୍କୁ ୨,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଆସୋସିଏସନ ପ୍ରକାଶ କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୌମ୍ୟ ଶାନ୍ତ ଅମୃତ ପଟ୍ଟନାୟକ,ଉପସଭାପତି ସୀତାକାନ୍ତ ନାୟକ, ରାଜେନ୍ଦ୍ର ମହାନ୍ତି, ଖାଲିଦ ହୋସେନ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।
