ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
ସିନ୍ଧେକେଲା,୭/୧୧ (ଝସକେତନ୍ ନାଗ ଙ୍କ ରିପୋର୍ଟ୍)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଖଜୁର ପଡ଼ା ଠାରେ କୌଣସି କାରଣରୁ ଗୀତ ଗହିର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକ ମାନେ ତାଙ୍କୁ ଅଟୋ ସାହଯ୍ୟ ରେ ତାଙ୍କୁ ସିନ୍ଧେକେଲା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ। ପ୍ରଥମେ ସିନ୍ଧେକେଲା ଓ ପରେ ଟିଟିଲାଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଥିବା ଜଣାପଡିଛି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ିନଥିବା । ସିନ୍ଧେକେଲା ଥାନା ଅଧିକାରୀ କହିଛନ୍ତି। ମହିଳା ଜଣକ ଅଲଣ୍ଡା ପଞ୍ଚାୟତ ନୂଆପଡ଼ା ଗାଁର ମିଥିଳା ବାଗ ଙ୍କ ଝିଅ ଠେମରା ପଞ୍ଚୟାତ ବରକାନି ଗାଁ ଲଳିତ ଗହିର ପୁଅ ଶ୍ୟାମ ଗହିର କୁ ବିବାହ କରିଥିଲେ । ଝିଅଙ୍କ ମା ମିଥିଳା ବାଗ ଗଣମଧ୍ୟମ ପାଖରେ ସୂଚନା ଦେଇଥିଲେ ।
