ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଜଣେ ଯୁବକଙ୍କୁ ମାଡ ମାରିଥିବା ଘଟଣାରେ ଆଜି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ। ମିଳିଥିବା ସୂଚନା ମୁତାବକ ଗତ ଏପ୍ରିଲ ମାସ ୨୭ ତାରିଖରେ ଅନନ୍ତପୁର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଅନନ୍ତପୁର ଚିତ୍ତଳ ଗ୍ରାମର ଶରତ ରାଉତଙ୍କୁ କୌଣସି କାରଣରୁ ୧୫ରୁ ଉର୍ଦ୍ଧ୍ୱ ଲୋକ ମାଡ ମାରିଥିଲେ। ଏଥିରେ ଶରତ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ଶରତଙ୍କ ମା ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୨୫/୨୫ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏଥିରେ ସମ୍ପୃକ୍ତ ପାଟିମୁଣ୍ଡା ଗ୍ରାମର ସନ୍ତୋଷ ନାୟକ(୩୪),ଚିତ୍ତଳ ଗ୍ରାମର ରମେଶ ଚନ୍ଦ୍ର ଜେନା(୩୮) ଓ ମନୋରଞ୍ଚନ ପରିଡା(୪୦)ଙ୍କୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।