ଲାସେରୀ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ବଡ଼ ଚଢ଼ାଉବେଆଇନ ଗଛ କଟା ଅଭିଯୋଗରେ ଦୁଇ ଗିରଫ, ପାୱାର ଚେନ୍ ସ’ ଓ କୁରାଢ଼ି ଜବତ।
କନ୍ଧମାଳ /କୋଟଗଡ଼,(ନି.ପ୍ର) ୦୭/୧୧/୨୦୨୬: ଜଙ୍ଗଲ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ବେଆଇନ ଗଛ କଟା। ଖବର ପାଇ ତୁରନ୍ତ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି କୋଟଗଡ଼ ବନ ବିଭାଗ। କୋଟଗଡ଼ ବନାଞ୍ଚଳ ଅନ୍ତର୍ଗତ ଲାସେରୀ ‘ଇ’ ସଂରକ୍ଷିତ ଜଙ୍ଗଲରେ ପାୱାର ଚେନ୍ ସ’ ଓ କୁରାଢ଼ି ସାହାଯ୍ୟରେ ବେଆଇନ ଭାବେ ଗଛ କାଟୁଥିବା ଅଭିଯୋଗରେ ଧରାକୋଟ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଉଭୟଙ୍କୁ କୋଟଗଡ଼ JMFC ଅଦାଲତକୁ ବିଚାର ପାଇଁ ପଠାଯାଇଛି। ଦୁର୍ଗାପଙ୍ଗା ବନପାଳ ରୋଜାଲିନୀ ଜେନାଙ୍କ ନେତୃତ୍ୱରେ ବନରକ୍ଷୀ ବିଭୁଦତ୍ତ ପାଲାଇ ଓ ଅନ୍ୟ ବନ କର୍ମଚାରୀଙ୍କ ସ୍କ୍ୱାଡ୍ ଏହି ଚଢ଼ାଉରେ ସାମିଲ ଥିଲେ।
ଜଙ୍ଗଲ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଅସାଧୁ ବ୍ୟକ୍ତିଙ୍କୁ ବନ ବିଭାଗର କଡ଼ା ଚେତାବନୀ। ବେଆଇନ ଗଛ କଟା, ଜଙ୍ଗଲ ଜବରଦଖଲ ଓ ଜଙ୍ଗଲ ଅପରାଧ ବିରୋଧରେ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
