ପିଏମଶ୍ରୀ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ଓ ବିଜ୍ଞାନ ମେଳା କାର୍ଯ୍ୟକ୍ରମ।
ରେଢ଼ାଖୋଲ ୭.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଏକ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବୈଜ୍ଞାନିକ ମାନସିକତା, ଅନ୍ୱେଷଣ ପ୍ରବୃତ୍ତି ଏବଂ ସୃଜନଶୀଳତା ପ୍ରତିଭାକୁ ବିକଶିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଲୋଚନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସମ୍ମାନନୀୟ ଅତିଥି ଭାବରେ ଏସକେବିବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ଏବଂ ବିଜ୍ଞାନ ଶିକ୍ଷକ ସୁଧାକର ପ୍ରଧାନ, ଚାରମାଳ ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମଲ୍ଲିକ ତଥା ଏସଏମସିର ସଭାପତି ଜ୍ୟୋତିରଞ୍ଜନ ବାରିକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ମହତ୍ତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବାଲ୍ ବୈଜ୍ଞାନିକ ମାନଙ୍କ ଦ୍ୱାରା ଏଥିରେ ୩୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଉକ୍ତ ପ୍ରକଳ୍ପ ଗୁଡ଼ିକୁ ଅତିଥି ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା। ଉକ୍ତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁଃଖିଶ୍ୟାମ ପ୍ରଧାନଙ୍କ ମାର୍ଗଦର୍ଶନରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାକୁ ଡଃ. ଶ୍ରୀକାନ୍ତ ମହାନ୍ତି ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ଚତୁର୍ଭୁଜ ବେରିହା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
