ଜଗମୋହନ ସ୍କୁଲ ରେ ଘଟିଛି ଅଘଟଣ
ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର l
ଧରାକୋଟ , 2/8/2026 :
ଧରାକୋଟ ବ୍ଲକ ର ଜଗମୋହନ ଉଚ୍ଚ ବିଦ୍ୟାଳୟ ରେ ଏକ ଅଘଟଣ ଘଟିଯାଇଛି l ସେହି ବିଦ୍ୟାଳୟ ର ଜଣେ ଛାତ୍ର ଆୟୁସ ପଣ୍ଡା ପିତା -ପ୍ରଶ୍ନଜିତ ପଣ୍ଡା ମଧ୍ୟ୍ୟlର୍ଣ୍ଣ ଭୋଜନ ଚାଲିଥିବା ବେଳେ କୌଣସି କାରଣ ବଶତଃ ତଳେ ପଡି ତାର ବାମ ହତଟି ଭାଙ୍ଗି ଯାଇଥିଲା l ସୂଚନା ମୁତାବକ ଆୟୁସ କୁ ତାର ନିଜ ଘର କୁ ପଠାଇ ଦେଇଥିଲେ l ପରବର୍ତ୍ତୀ ସମୟରେ ତା ଘର ଲୋକେ ଅଟୋ ଯୋଗେ ପ୍ରଥମେ ଆସିକା ମେଡିକାଲ କୁ ନେଇଥିଲେ l ସେଠାରେ ଗଣମାଧ୍ୟମ ପ୍ରତିନିଧି ପଞ୍ଚିବା ପରେ ପ୍ରଧାନ ଶିକ୍ଷକ ଅଜିତ କୁମାର ନାୟକ ପହଞ୍ଚିଲେ l ଏମିତି ଘଟଣା ତିନି ତିନି ଥର ଘଟିଥିଲେ ମଧ୍ୟ୍ୟ ସେହି ସ୍କୁଲ ର ଶିକ୍ଷକ ଙ୍କ ଚେତା ପଶୁନି, ଏଠାରେ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ଚାଲିଥିବା ସମୟରେ ଏହି ଘଟଣା ପାଇଁ ଦାଈ କିଏ ? ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଯିବି ମହଲରେ ଦାବୀ ଜୋର ଧରିଛି l ABEO ସୌରୀ ଶଙ୍କର ବେହେରା ଙ୍କ ମତନେବା ବେଳେ ସେ କହିଥିଲେ ଏହି ଘଟଣା ବିଷୟରେ ଅବଗତ ଅଛି ଏହା ତଦନ୍ତ ପରେ ଅବହେଳିତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ l ଏହି ସ୍କୁଲ ରେ ପ୍ରlୟ ସମୟ କିଛି ନା କିଛି ଛୋଟ ବଡ଼ ଘଟଣା ଘଟୁଥିବା ବେଳେ ଉପରସ୍ତ ଅଧିକାରୀ ଙ୍କ ଦୃଷ୍ଟିଆଢୁଆଳ ରେ ରହୁଥିବା ଚର୍ଚ୍ଚା ହେଉଛି l
ଗଞ୍ଜାମ ଜିଲ୍ଲା ଧରାକୋଟ ରୁ ବାପୁନି ସେଠୀଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ୍ ।
