ବିଦ୍ୟୁତ ଆଘାତରେ ମହିଳାଙ୍କର ମୃତ୍ୟୁ
ଫର୍ମାଟ-ଏ ଭି ଓ
ଧର୍ମାନନ୍ଦ ସେଠି
କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ଏନଏସି ର ଦଶ ନଂ ୱାର୍ଡ ରେ ବିଦ୍ୟୁତ ଆଘାତ ରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ବଙ୍କୁଆଳ ଗ୍ରାମ ର ସୁଶାନ୍ତ ଖୁଣ୍ଟିଆଙ୍କ ପତ୍ନୀ ସସ୍ମିତା (୩୫ ) l ସସ୍ମିତା ଅପାରହ୍ନ ରେ ଘରୁ ବାହାରିବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ତଳେ ପଡି ଯାଇଥିଲେ l ପାଖରେ ଥିବା ପଡୋଶୀମାନେ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଥିବା ବେଳେ ଏ ସଂକ୍ରାନ୍ତରେ ତଦନ୍ତ ଜାରୀ ରଖିଛି
