ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ‘ଶ୍ୟାମଳୀ’ ଯାତ୍ରୀବାହୀ ବସ ଓଲଟିଲା, ଅନେକ ଆହତ:
——————–
ସାରସକଣା,(୧୧.୧୧.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅଧିନସ୍ଥ ଝାରପୋଖରିଆ(ବମ୍ବେ ଛକ) ୧୮ ନମ୍ବର ଜାତୀୟ ରାଜପଥର ଝାରପୋଖରିଆ ସ୍ଥିତ ହୋଣ୍ଡା ସୋରୁମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ‘ଶ୍ୟାମଳୀ’ ନାମକ ଏକ ଯାତ୍ରୀବାହୀ ବସ (ନମ୍ବର: OD 02DT 5380)ରାତ୍ରୀ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଝାରପୋଖରିଆ ପୋଲିସ ପ୍ରଶାସନ ଏବଂ ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁଇଟି କ୍ରେନ ସାହାର୍ଯ୍ୟରେ ବସ କୁ ଉଠା ଯାଇଥିଲା । ୪୫ରୁ ଉର୍ଦ୍ଧ୍ୱ ଯାତ୍ରୀ ବସରେ ଥିଲେ । ବସ୍ଟି ଭୁବନେଶ୍ଵରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ।ବସ୍ରେ ଥିବା ସମସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଗୁରୁତ୍ଵର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଉତ୍ତମ ଚିକିତ୍ସା ନିମନ୍ତେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଝାରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ ।
ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
