ଜଙ୍ଗଲ ବିଭାଗ ପକ୍ଷରୁ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଉଦଘାଟନ
କାମାକ୍ଷାନଗର (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ର ପାକଟମୁଣ୍ଡା ଓ ତୁମୁସିହା ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ରେ ପର୍ଯ୍ୟଟନ ସ୍ଥଳ କରାଯିବା ଫଳରେ ଜଙ୍ଗଲ ର ସୁରକ୍ଷା ହୋଇପାରିବା ସହିତ ବଣ ଭୋଜି ପାଇଁ ବହୁ ସଂଗଠନ ଆସିବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ଏଭଳି ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ବିଭାଗୀୟ ସ୍ତରରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ଶୁଶାନ୍ତ ପାତ୍ର ସହକାରୀ ବନ ସଂରକ୍ଷକ ନିଁଳେନ୍ଦ୍ର ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ଏଥିରେ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ ପାକଟମୁଣ୍ଡା ଠାରେ କୋଡିଏ ଲକ୍ଷ୍ୟ ବ୍ୟୟ ଅଟକଳ ରେ ପିଣ୍ଡି ନିର୍ମାଣ କରାଯାଇଥିବା ବେଳେ ତୁମୁସିଂହା ଠାରେ ଦଶ ଲକ୍ଷ୍ୟ ବ୍ୟୟ ଅଟକଳରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ହୋଇଥିବାର ଜଣାଯାଇଛି l
