Slug – ବଜ୍ରାଘାତରେ ମୋବାଇଲ ଫାଟିଲା, ୬ ଜଣ ଆହତ l
(ଧର୍ମାନନ୍ଦ ସେଠି ଙ୍କ ଖାବର )
କାମାକ୍ଷାନଗର
1/8/2026
ଆଙ୍କର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁର ବଡ଼ବନ୍ଧ ସାହିରେ ଅଭାବନୀୟ ଘଟଣା ଘଟିଛି। ଘର ବାହାରେ ବସିଥିବା ସମୟରେ ବଜ୍ରାଘାତରେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି।ଆହତମାନେ ହେଲେ ଭାଗ୍ୟଶ୍ରୀ ସାହୁ, କ୍ଲାସିକ ସାହୁ, ସାଇକୃଷ୍ଣ ସାହୁ, ସୌରଭ ସାହୁ, ଶ୍ରେୟାରାଣୀ ସାହୁ ଓ ସାଇକ୍ରିଷ୍ଣା ସାହୁ। ସମସ୍ତେ ଘର ବାହାରେ ବସିଥିବା ବେଳେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ।ବଜ୍ରାଘାତର ପ୍ରଭାବରେ ଏକ ମୋବାଇଲ ଫୋନ୍ ଫାଟିଯାଇଥିବା ଜଣାପଡ଼ିଛି। ଘଟଣା ପରେ ଆହତ ୬ ଜଣଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି l
