*ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳକୁ ଆଜି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ପରିଦର୍ଶନ କରିଛନ୍ତି, ଆବଶ୍ୟକ ସହାୟତା, ପାଇଁ ଜିଲ୍ଲା ପ୍ରଶାସନ କୁ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୮.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳକୁ ଆଜି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ପରିଦର୍ଶନ କରିଛନ୍ତି, ଆବଶ୍ୟକ ସହାୟତା, ପାଇଁ ଜିଲ୍ଲା ପ୍ରଶାସନ କୁ ଆହ୍ୱାନ କରିଛନ୍ତି। ଅନେକ ସ୍ଥାନ ରେ ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳ ପରିଦର୍ଶନ କରିବା ସହ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ତୁରିତ୍ ସମାଧାନ କରିବାକୁ ଆହ୍ୱାନ କରିଛନ୍ତି। ବିଶେଷ ରୂପେ ପାନୀୟ ଜଳ, ଘର ଭଙ୍ଗା, ବିଦ୍ୟୁତ୍ ଯୋଗାଣ ବ୍ୟାହତ, ସଡ଼କ ଧୋଇ ନେବା, ସହ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜମି ବାଲିଚର ଘଟଣା ଉପରେ ଗୁରୁତ୍ବ ଦେଇଥିଲେ।
