ବଡକୋଦଣ୍ଡା ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।
ଭଞ୍ଜନଗର-୦୧/୦୮ (ରିପୋର୍ଟ-ପ୍ରଫୁଲ୍ଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କୋମଳମତି ଶିଶୁ ଭାଇ ଭଉଣୀ ଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ର ଉଦ୍ରେକ ନିମିତ୍ତ ତଥା ନିଜର ଜ୍ଞାନ ଓ ଜିଜ୍ଞାସୁ ମନୋଭାବକୁ ପରିବର୍ଦ୍ଧିତ କରିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ଯକ୍ରମରେ ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନଙ୍କ ସମେତ ବିଚାରକ ରୂପେ ଶିକ୍ଷକ ଦେବୀ ପ୍ରାସାଦ ଦାଶ,ସୁଧୀର ବେହେରା, ଦିବାକର ପ୍ରଧାନ, ସନ୍ତୋଷୀନି ଗୌଡ଼ ଙ୍କ ସମେତ ପରିଚାଳନା କମିଟି ସଂପାଦକ ବିନାୟକ ଆଚାର୍ଯ୍ୟ, ସହ ସଂପାଦକ ତ୍ରିନାଥ ବେହେରା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରାମ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଜେନା, ବିଜ୍ଞାନ ପ୍ରମୁଖ କଲ୍ୟାଣୀ ଦୁହୁଡ଼ି, ବାଟିକା ବିଭାଗ ମୁଖ୍ୟ ସସ୍ମିତା ଦାସ ଗୁରୁମା, କୈଳାସ ଚନ୍ଦ୍ର ପ୍ରଧାନ ଗୁରୁଜୀ ଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା, ମାଉସୀ ମାନେ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ବିଜ୍ଞାନ ମେଳାରେ ଶତାଧିକ ଶିଶୁ ଭାଇ ଭଉଣୀ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶିଶୁ ଓ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
