ଝାରପୋଖରିଆରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
———————
ସାରସକଣା,(୨୦/୯/୨୬)(ନି.ପ୍ର): ସାରସକଣା ନିର୍ବାଚନ ମଣ୍ଡଳୀର ଝାରପୋଖରିଆଠାରେ ଆଜି ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି। ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ରନାଥ ବିନ୍ଧାଣୀଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜେନ୍ଦ୍ରନାଥ ବିନ୍ଧାଣୀଙ୍କ ନେତୃତ୍ଵରେ ସାରସକଣାର ଲୋକପ୍ରିୟ ବିଧାୟକ ଭାଦବ ହାଁସଦାଙ୍କ ସହିତ ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଉପ ସଭାପତି ସତ୍ୟ ରଞ୍ଜନ ମଣ୍ଡଳ, ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପ୍ରବକ୍ତା ପତଞ୍ଜଳୀ ନନ୍ଦ,ସମ୍ପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ, ମଣ୍ଡଳ ସାଧାରଣ ସମ୍ପାଦକ ଆକାଶ ବାରିକ,ଗୁରୁପ୍ରସାଦ ମହାପାତ୍ର, ପତଞ୍ଜଳି ନନ୍ଦ, ଆଶୁତୋଷ ପ୍ରତିହାରୀ,ସଞ୍ଜୟ ମହାନ୍ତ, ଅରୂପ ଶତପଥୀ, ସୁରେଶ ନା ଏକ, ସିତେଶ ମହାନ୍ତ ପ୍ରମୁଖ ଯୋଗ ଦେଇ ଉକ୍ତ ସଫେଇ କାର୍ଯ୍ୟକ୍ରମରେ ନେତୃତ୍ଵ ନେଇ ଝାରପୋଖରିଆ ବଜାର ସଫେଇ କାର୍ଯ୍ୟ କରିଥିଲେ ।ଏହି ଅଭିଯାନ ମାଧ୍ୟମରେ ପରିବେଶକୁ ପରିଷ୍କାର ରଖିବା, ଆବର୍ଜନା ଏଣେତେଣେ ନ ପକାଇବା ଏବଂ ସ୍ୱଚ୍ଛତା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଉପରେ” ସ୍ଵଚ୍ଛତାରୁ ସୁସ୍ଥତା, ସ୍ୱଚ୍ଛତାରୁ ବିକାଶ” ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
