ପୋଡାଡିହାରୁ ଚୋରି, ଜୟବନ୍ଧ ଜଙ୍ଗଲରୁ ମିଳିଲା ସ୍କୁଟି
ଉଦଳା(୨୦/୯):ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜୟବନ୍ଧ ଜଙ୍ଗଲରୁ ଚୋରି ହୋଇଥିବା ଏକ ସ୍କୁଟି ଉଦ୍ଧାର ହୋଇଛି। ଆଜି ସକାଳେ ଗୋରୁ ଚରାଇବାକୁ ଯାଇଥିବା ଲୋକେ ଜଙ୍ଗଲରେ ଏକ ସ୍କୁଟି ଛିଡ଼ା ହୋଇଥିବା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ। ପରେ ଗାଁଲୋକେ ସ୍କୁଟିଟିକୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ପୋଡାଡିହା ଅଞ୍ଚଳରୁ ସ୍କୁଟିଟି ଘରୁ ଚୋରି ହୋଇଥିଲା। ଏନେଇ ମାଲିକ ନୁଦଡିହା ଫାଣ୍ଡିରେ ଅଭିଯୋଗ କରିଥିଲେ ଗଣେଶ୍ୱର ସେଠି । ସ୍କୁଟିଟି ମାଲିକଙ୍କୁ ଫେରି ପାଇଛନ୍ତି ।
