**ଯୋରନ୍ଦାଠାରେ ମହିମା ପ୍ରଭାତ ଶାଖା ର ଗୁରୁ ପୁର୍ଣିମା ଉତ୍ସବ ପାଳିତ ହୋଇଯାଇଛି* l*ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ଯୋରନ୍ଦା ଧୁନୀ ମନ୍ଦିର ଠାରେ ଆଜି ସକାଳ ୬.୩୦ ମିନିଟ ସମୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ,ମହିମା ପ୍ରଭାତ ଶାଖା ଦ୍ଵାରା ଗୁରୁପୂର୍ଣ୍ଣମା ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଆଶ୍ୱିନ କୁମାର ପତି ମହୋଦୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଓ ଶାଖାରେ ନବ କିଶୋର ନାୟକ (ମୁଖ୍ୟ ଶିକ୍ଷକ,) ଦିଗମ୍ବର ସାହୁ (ମୁଖ୍ୟ କାର୍ଯ୍ୟବହ), ସମରେନ୍ଦ୍ର ମହାନ୍ତି (ପ୍ରାର୍ଥନା ପ୍ରମୁଖ) ଉପସ୍ଥିତ ଥିଲେ। ଅମ୍ବିକା ମିଶ୍ର, ଧର୍ମାନନ୍ଦ ରାଉତ,ଲକ୍ଷ୍ମଣ ରାଉତ,ବ୍ରଜ ବିହାରୀ ସ୍ୱାଇଁ, ଲୋକନାଥ ପରିଡ଼ା, ବିଶ୍ୱଜିତ୍ ପରିଡ଼ା, ଗୋବର୍ଦ୍ଧନ ରାଉତ, ଅଶୋକ ପଣ୍ଡା, ଏବଂ ଆହୁରି ଅନେକ ସ୍ଵୟଂ ସେବକ ଉପସ୍ଥିତ ରହି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଭାରତୀୟ ସଂସ୍କୃତି, ଗୁରୁ ପରମ୍ପରା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ସମସ୍ତ ସ୍ଵୟଂ ସେବକ ଆଜିର ଦିନରେ ଗୈରିକ ପତାକା କୁ ନିଜର ଗୁରୁ ଭାବେ ସ୍ବୀକାର କରି କିଛି ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ।
