କଙ୍କା ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ରାଧାଷ୍ଟମୀ ତିଥିରେ ମୂର୍ତ୍ତିକା ଅନୁକୂଳ କରାଗଲା l ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଅଦ୍ୟ ତା-୧୯-0୯-୨0୨୬ରିଖ ଶନିବାର ଭାଦ୍ର ଶୁକ୍ଲପକ୍ଷ ପବିତ୍ର ରାଧାଷ୍ଟମୀ ତିଥିରେ ଦିବା ୧୨ଘଟିକା ସମୟରେ କଙ୍କା ଗ୍ରାମର ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ୩୪ ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୁର୍ଣ୍ଣୟୀ ମୂର୍ତ୍ତି ନିର୍ମାଣର୍ଥେ ଗ୍ରାମ ନିକଟସ୍ଥ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଭୈରବୀ ପୀଠରୁ ପାରମ୍ପରିକ ବୈଦିକ ରୀତିନୀତିରେ ହୋମ ଯଜ୍ଞ ସଂକ୍ରିର୍ତ୍ତନ କରାଯାଇ ମୂର୍ତ୍ତିକା ଅନୁକୂଳ କରାଗଲା l କର୍ତ୍ତା ସମୀର ଇନ୍ଦ୍ରଜିତ ସିଂହ, ମୁଖ୍ୟ ପୁରୋଧା ଅସିତ କୁମାର ମିଶ୍ର, ପୂଜକ ହୃଦାନନ୍ଦ ପତି, ସମେତ ପୂଜା ପ୍ରତିଷ୍ଠାନର ଶରତ ସ୍ତମ୍ଭ, ହରିହର ମହାମାନ ସିଂହ,କାର୍ତ୍ତିକ ଇନ୍ଦ୍ରଜିତ ସିଂହ, ମେଘନାଦ ଇନ୍ଦ୍ରଜିତ ସିଂହ, ବିକ୍ରମ ମାନସିଂ, ଅଇଁଠୁ ସାହୁ, ନରେଶ ମହାମାନ ସିଂ, ମହେଶ୍ୱର ଇନ୍ଦ୍ରଜିତ ସିଂ,ଗୋବର୍ଦ୍ଧନ ଇନ୍ଦ୍ରଜିତ ସିଂ, ଚିଣ୍ଟୁ, ଗୁଡ଼ୁ, ସିନୁ, ସଂଗ୍ରାମ,ବୁନ, ସୁମନ, ୟସ, ଜଗନ, ବାଦଲ, ଦୀପକ,ଆର୍ତ୍ତ, ପ୍ରଫୁଲ୍ଲ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଓ କଙ୍କା ଗ୍ରାମବାସୀ ବୃନ୍ଦଙ୍କ ମିଳିତ ସହଯୋଗରେ ମାଆଙ୍କ ମାଟି ଅନୁକୂଳ ସୁଚାରୁରୂପେ ସମାପନ ହୋଇଥିଲା l
