ଆଜି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ମୟୂରଭଞ୍ଜ ଜିଲ୍ଲା ବାରିପଦା ଶାଖା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ବାରିପଦା ସହରର ବିକାଶ ସମ୍ପର୍କରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଆଜି ତା ୧୯ ରିଖ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବାରିପଦା ଶାଖା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ବାରିପଦା ସହରର ବିକାଶ ସମ୍ପର୍କରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବାରିପଦା ପୌରାଞ୍ଚଳର ବିଭିନ୍ନ ସମସ୍ୟା ଲାଗି ରହିଛି। ବାରିପଦା ପୌରପାଳିକା ଅଧୀନସ୍ଥ ସମସ୍ତ ୨୮ ଗୋଟି ୱାର୍ଡ଼ରେ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଯାହା ଫଳରେ ପୌରାଞ୍ଚଳ ବାସିନ୍ଦା ନିୟମିତ ଭାବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨୦୨୫-୨୬ ଏବଂ ଚଳିତ ୨୦୨୬-୨୭ ଅର୍ଥନୈତିକ ବର୍ଷରେ ବାରିପଦା ପୌରାଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ଅର୍ଥ ବିନିଯୋଗ ହୋଇନାହିଁ। ବାରିପଦା ପୌରପାଳିକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯଥା- ରାସ୍ତା ଉନ୍ନତି, ଡ୍ରେନେଜ୍ ସମସ୍ୟାର ସମାଧାନ, ପାନୀୟ ଜଳ ଯୋଗାଣ, ବିଭିନ୍ନ ସହରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜଳାଶୟ ଗୁଡିକ ଉନ୍ନତି କରଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ବହୁ ଦିନ ଧରି ଠପ୍ ହୋଇପଡ଼ିଛି। ବାରିପଦା ପୌରପାଳିକା ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ମୂଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ୧୬ ଅର୍ଥନୈତିକ କମିଶନ, ୬ ରାଜ୍ୟ ଅର୍ଥନୈତିକ କମିଶନ, ଡିଭୋଲୁସନ୍ ଫଣ୍ଡ ଓ ଟାଇଡ ଗ୍ରାଣ୍ଟ ଆଦି ଜରିଆରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ବିନିଯୋଗ ନ ହୋଇ ପଡ଼ିରହିଛି। କିନ୍ତୁ ବାରିପଦା ପୌରପାଳିକା ଅଞ୍ଚଳର ଉନ୍ନତି ମୂଳକ ପ୍ରକଳ୍ପ ପାଇଁ ଉକ୍ତ ଅନୁଦାନର ଅର୍ଥ ବିନିଯୋଗ ହୋଇ ନୂତନ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଉନାହିଁ। ଯାହା ଫଳରେ ବିକାଶ ମୂଳକ ନିର୍ମାଣ ହୋଇ ପାରୁନାହିଁ। ବାରିପଦା ପୌରପାଳିକାରେ ଦୁଇ ଜଣ ପୌର ଯନ୍ତ୍ରୀ ଥାଇ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଯାହା ଫଳରେ ସାଧାରଣ ନାଗରିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିକାଶ କାର୍ଯ୍ୟ ଗୁଡ଼ିକ ଠପ୍ ରହିବା ଯୋଗୁଁ ରାସ୍ତା ଓ ନାଳ ଅବ୍ୟବସ୍ଥିତ ରହିଛି। ବର୍ଷା କାଳରେ ଜଳଜମା ସମସ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ କଷ୍ଟକର ହୋଇପଡ଼ିଛି। ଏହା ସହିତ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହୋଇପାରୁନାହିଁ। ତେଣୁକରି ବାରିପଦା ପୌରପାଳିକା ଅଞ୍ଚଳରେ ଠପ୍ ହୋଇଥିବା ସମସ୍ତ ବିକାଶ କାର୍ଯ୍ୟର ସମୀକ୍ଷା କରି ବିକାଶ କାର୍ଯ୍ୟକୁ ତ୍ଵରାନିତ କରାଇବାକୁ ଜଣାଉଛୁ।
ଏହାସହିତ ବାରିପଦା ପୌରପାଳିକାର ନିର୍ବାହୀ ଅଧିକାରୀ ପୌରାଞ୍ଚଳର ବିକାଶ ମୂଳକ ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଉନାହାନ୍ତି। ସରକାରି ଦଳୀୟ ନେତାଙ୍କ ହାତବାରିଶି ହୋଇ କାର୍ଯ୍ୟ କରୁଛନ୍ତି ଭଳିଆ ଜଣାପଡୁଛି ପୌରାଞ୍ଚଳର ଉନ୍ନତି କାର୍ଯ୍ୟ ଠପ୍ ହେବାର ଏହା ପ୍ରମୁଖ କାରଣ ଅଟେବୋଲି ଝା ମୁ ମୋ ଅଭିଯୋଗ କରିଛି
ବାରିପଦା ପୌରାଞ୍ଚଳର ବିକାଶ ନିମନ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ତୁରନ୍ତ ହସ୍ତକ୍ଷେପ କରି ସାଧାରଣ ନାଗରିକଙ୍କ ସମସ୍ୟାର ସମାଧାନ ପଦକ୍ଷେପ ଗ୍ରହଣ କରନ୍ତୁ। ବାରିପଦା ପୌରାଞ୍ଚଳର ଉନ୍ନତି ମୂଳକ ପ୍ରକଳ୍ପ ନେଇ ଆସନ୍ତା ୧୫ ଦିନ ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଉ। ଅଭିଯୋଗ ଗୁଡିକ ସମାଧାନ ପାଇଁ ଦାବୀ ଜଣାଇବା ସଙ୍ଗେ ସାଙ୍ଗେ ଦାବୀ ଗ୍ରହଣ ନକରିଲେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବ। ଜନସାଧାରଣଙ୍କ ସ୍ବାର୍ଥ ନିମନ୍ତେ ବାରିପଦା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନି ଦେଇଛନ୍ତି | ଦାବୀ ପ୍ରଦାନ ସମୟରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ, ବରିଷ୍ଠ ନେତା ସୁଜିତ ବେହେରା, ସହର ସଭାପତି ତରେନ ସେନାପତି, ଅଭିଷେକ ଦଣ୍ଡପାଟ,ସୁଶାନ୍ତ ସିଂ, ଗେଡୁ ମହାନ୍ତ, ରାଜୀବ ଥମ୍ବ, ଶିବ ସିଂ, ମୁନା ବାଗ, ପ୍ରେମ ସିଂ, କାମେଶ୍ୱର ଲାହାରୀ, ରାକେଶ ବାଗ, ସୌମ୍ୟ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ମୟୂରଭଞ୍ଜରୁ ମେନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
