*କବିତା ସଙ୍କଳନ “ନିରବ ନିର୍ବାଣ”ପାଠକାର୍ପଣ ସଭା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ) ତା:୦୧.୦୮.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦାଙ୍କର ୧୨ତମ କବିତା ସଙ୍କଳନ ‘ ନିରବ ନିର୍ବାଣ’ ଆଜି ଲୋକାର୍ପିତ ହୋଇଅଛି।”ନିରବ ନିର୍ବାଣ”ପାଠକାର୍ପଣ ସଭାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ,ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ରାଇତା ଏବଂ ସଂମ୍ମାନୀତ ଅତିଥି ମେଜର ଡ଼ ରାମଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ବିଧାୟକ ଶ୍ରୀ ପାଣିଗ୍ରାହୀ ମନ୍ତବ୍ୟ ଦେଇଥିଲେ ଯେ ଖଡ଼ିଆଳ ସହରର ମାଟି ସାହିତ୍ୟର ଭିଜା ମାଟି ,ଏଠି । ମାଟି ପାଣି,ପବନ,ମଧ୍ୟ ସାହିତ୍ୟର କଥା କହେ ।ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପାଠ୍ୟ ବିଷୟ ଭିତ୍ତିକ ପୁସ୍ତକ ରଚନା କରିବା ଉଚିତ ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସହାୟକ ହେବ ।ଅନନ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଇତା ଖଡ଼ିଆଳ ସାହିତ୍ୟ, ସଂସ୍କୃତିର ପୀଠ ସ୍ଥଳୀ , ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ମେଜର ଡଃ. ରାମ ଚନ୍ଦ୍ର ମିଶ୍ର, ସୁନୀଲ କୁମାର ପାଢ଼ୀ, ରଣବୀର ସିଂ, ରାଜଲକ୍ଷ୍ମୀ ରଥ ଧନ୍ୟବାଦ ଦେଇଥିଲେ।
