ନିଶାଶକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ରି): ନିଶା କବଳରେ ଯୁବ ପିଢୀ। ନିଶା ସେବନ ପରେ ହରାଉଛନ୍ତି ମାନବିକତା। ଆଜି ଏପରି ଏକ ନିଶାସକ୍ତ ଯୁବକ ର ଦୈରାତ୍ମ ଦେଖିବାକୁ ମିଳିଛି ସୋର କୋର୍ଟ ଛକ ନିକଟରେ। ସୂଚନାଯୋଗ୍ୟ ଆଜି ସୋର କୋର୍ଟ ଛକ ନିକଟରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ରହି ବାଟରେ ଯାଉଥିବା ଲୋକଙ୍କୁ ମାଡପିଟ କରିବା ସହିତ ଉନ୍ମୁକ୍ତ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ସୋର ଥାନା ବାଗୁଡି କପଡାଗଣ୍ଡା ଗ୍ରାମର କଳିଆ ମହାନ୍ତି(୨୩) ଆଜି ଅପରାହ୍ଣରେ କୋର୍ଟ ଛକ ନିକଟରେ ନିଶାଶକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧ ଓ ଦୁଇଜଣ ଛୋଟପିଲାଙ୍କୁ ଅତର୍କିତ ଭାବେ ବିନା କାରଣରେ ମାଡପିଟ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
