*ବ୍ଲକ ଅଧିକାରୀ କହି ଆବାସ ଟଙ୍କା ନାଁରେ ଲୁଟ*
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଟଙ୍କା ମିଳିବ ବୋଲି କହି ଜଣେ ମହିଳାଙ୍କ ଠାରୁ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁଇ ଜଣ ଦୁର୍ବୃତ୍ତ। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡ଼ଦା ପଞ୍ଚାୟତର ଦେପଦା ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ ପର୍ଶୁରାମ ଦାସଙ୍କ ସ୍ତ୍ରୀ ଘରେ ଏକା ଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ନିଜକୁ ବସ୍ତା ବ୍ଲକର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ମହିଳାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ଆସିଥିବା କହି ନଗଦ ଟଙ୍କା ଦେବାକୁ କହିଥିଲେ। ପରେ ଘରେ ଥିବା ସୁନା ଗହଣା ଦେଖାଇବା ଓ ସେଗୁଡ଼ିକ ସହ ଫଟୋ ଉଠାଇବାକୁ କହିଥିଲେ। ମହିଳା ସୁନା ଗହଣା କାଢ଼ିବା ମାତ୍ରେ ଦୁର୍ବୃତ୍ତମାନେ ସେଗୁଡ଼ିକୁ ଛଡ଼ାଇ ନେଇ ବାଇକରେ ଫେରାର ହୋଇଯାଇଥିଲେ। ଘଟଣାରେ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପର୍ଶୁରାମ ଦାସ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ