
(କୋଟପାଡ଼) କୋଟପାଡ଼ ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଯଶସ୍ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ସୁଶାସନକୁ ଦେଖି କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି କୋଟପାଡ଼ ନିର୍ବାଚନ ମଣ୍ଡଳୀ ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତର ପ୍ରାୟ 20 ରୁ ଉର୍ଦ୍ଧ ବିଜେଡିର ସକ୍ରିୟ କର୍ମୀ l ବିଜେଡି ଛାଡି ବିଜେପି ଦଳରେ ସାମିଲ ହେବା ପରେ ସମସ୍ତ କର୍ମୀ ଖୁସି ବ୍ୟକ୍ତ କରିଥିବା ପ୍ରକାଶ କରିଛନ୍ତି l ରାଜ୍ୟରେ ବିଜେଡ଼ି ସରକାର ଥିବା ସମୟରେ ଗ୍ରାମାଞ୍ଚଳ ଗୁଡିକର ବିକାଶ ହୋଇ ପାରୁନଥିଲା, କିନ୍ତୁ ବିଜେପିରେ ଯୋଗ ଦେବା ପରେ ସମସ୍ତେ ମିଶି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଜେପିରେ ସାମିଲ ହୋଇଥିବା କର୍ମୀ l ବିଗତ ଦିନ ମାନଙ୍କରେ କଂଗ୍ରେସ ଓ ବିଜେଡ଼ି ଦଳ ଶାସନ କରୁଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଗୁଡିକ ଏବେ ବି ବିକାଶ ଠାରୁ ବହୁ ଦୂରରେ ଥିବା ଦେଖାଦେଇଛି l କିନ୍ତୁ ରାଜ୍ୟରେ ୬ ମାସ ହେଲା ଡବଲ ଇଞ୍ଜିନ ସରକାର ଆସିବା ପରେ ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଗୁଡିକ ଦୂର ହୋଇପାରିଛି ବୋଲି ମତ ବ୍ୟକ୍ତ କରିଛନ୍ତି ବିଜେପି ରେ ଯୋଗ ଦେଇ ଥିବା ବିଜେଡି କର୍ମୀ l