
—————————————————————————————
କେନ୍ଦୁଝର ,(ରୁଦ୍ର ନାରାୟଣ ଲୋହାର )ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ କଂଗେସ ନେତା ରାହୁଲ ଗାନ୍ଧୀଙ୍କ ଅପମାନ ଜନକ ବୟାନ ପ୍ରତିବାଦରେ କେନ୍ଦୁଝର ବିଜେପି ନଗର ମଣ୍ଡଳ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହିତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କୁଶପୁତ୍ତଳିକା ଦାହ କରାଯାଇଛି I
ଏହି କାର୍ଯ୍ୟକ୍ରମ ରେ ସଭାପତି ବିଶ୍ୱଜିତ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଓ ନବନିର୍ବାଚିତ ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନିର୍ଦ୍ଧେଶନା ରେ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I