କୋଟପାଡ଼ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଭାରତ ମିଡ଼ିଆ ଆସସେସୀୟନ ସଙ୍ଘର ନୂତନ ଗୋଷ୍ଠୀ ଗୃହ ପାଇଁ ଭୂମି ପୂଜନ ଅନୁଷ୍ଠିତ
ଆଜି କୋଟପାଡ଼ ଭାରତ ମିଡ଼ିଆ ଆସସେସୀୟନ ସାମ୍ବାଦିକ ସଙ୍ଘର ନୂତନ ଗୋଷ୍ଠି ଗୃହ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା, ଏହି ଗୋଷ୍ଠି ଗୃହ ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନଙ୍କ ବିଧାୟିକାପାଣ୍ଠିରୁ ଅନୁଦାନ ସହଯୋଗରେ ଗୋଷ୍ଠୀ ଗୃହ କରାଯାଉଛି, ଆଜି ପ୍ରାତଃ ସମସ୍ତ ପୂଜା ବିଦ୍ଧି ସହିତ ପୂଜା ଆରମ୍ଭ ସହିତ ସମାପନ କରାଯାଇଥିଲା, ଆଜିର ଏହି ଶୁଭ କାର୍ଯ୍ୟକ୍ରମରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ବ୍ଲକ ଉପାଦକ୍ଷ ତପନ ପାଣିଗ୍ରାହୀ, ପାଣି ପଞ୍ଚାୟତ ସଭାପତି ବିରେନ ବିଶୋଇ,ଓକିଲ ସଙ୍ଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ,ପ୍ରେସ କ୍ଳବ ସଭାପତି ପଙ୍କଜ ପାତ୍ର,ବରିଷ୍ଠ ନେତା ନରେନ୍ଦ୍ର ସ୍ୱାଇଁ,ଗୋପବନ୍ଧୁ ପାଠଗାର ସଭାପତି ଗଣେଶ ଚନ୍ଦ୍ର ପଣ୍ଡା,ହେମନ୍ତ ପାତ୍ର, ଏମ.ଡ଼ି.ସଲିମ, ଶଙ୍କର ପଣ୍ଡା,ମୁନା ଖାନ,ବିନୋଦ ଶାସମଲ,ହିମାଂଶୁ ଶାସମଲ ଙ୍କ ସହିତ ସମସ୍ତ ମାନ୍ୟଗଣ ସଦସ୍ୟ ମାନେ ଉପସ୍ଥିତ ଥିଲେ, ବିଶେଷ କରି କୋଟପାଡ଼ ଅଞ୍ଚଳର ଭାରତ ମିଡ଼ିଆ ଆସ ସେଶୀୟନ, ପ୍ରେସ କ୍ଲବ, ସାମ୍ବାଦିକ ସଙ୍ଘର ସମସ୍ତ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ, ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ତଥା ଚତୁର୍ଥସ୍ତମ୍ଭକୁ ସଦା ସର୍ବଦା ନିରପେକ୍ଷ ଖବର ପରିବେଷଣ ପାଇଁ ଭୁୟସୀ ପ୍ରଶଂସା କରିବା ସହିତ ଆଜି ନୂତନ ଗୋଷ୍ଠି ଗୃହ ଭୂମି ପୂଜନ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇ ଥିବାର ଦେଖିବାକୁ ମିଳିଥିଲା
