*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅର୍ନ୍ତଗତ ଚନାବେଡା ଗ୍ରାମ ପଞ୍ଚାୟତ ରେ ଜାତୀୟ କୃଷି ମିଶନ ପ୍ରାକୃତିକ ଚାଷ ପ୍ରଣାଳୀ ସଚେତନ ଶିବିର ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୧୧.
ନୂଆପଡ଼ା ଜିଲ୍ଲା ରେ ବିଭିନ୍ନ ପଞ୍ଚାୟତ ରେ ଜାତୀୟ କୃଷି ମିଶନ ପ୍ରାକୃତିକ ଚାଷ ପ୍ରଣାଳୀ ନେଇ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ କିପରି ରାସାୟନିକ ସରାର ପ୍ରୟୋଗ ନକରି ପ୍ରାକୃତିକ ପ୍ରଣାଳୀ ରେ ଚାଷ କରିବା ଦ୍ୱାରା ଆରୋଗ୍ୟ ଚାଷୀ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ସହକାରୀ କୃଷି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାଏକ ଯୋଗ ଦେଇ ପ୍ରାକୃତିକ ସାର ବ୍ୟବହାର ସହ ଜିଆ ଖତ ପ୍ରସ୍ତୁତ, ଗୋବର ଖତ ବହୁଳ ବ୍ୟବହାର, ଗୋମୂତ୍ର ଏବଂ ଗୋବର ବ୍ୟବହାର କରି ଜନ ଔଷଧି ପ୍ରସ୍ତୁତ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ହେଇଥିଲେ। ଖଡ଼ିଆଳ ବ୍ଲକ ରେ ତିନି ଗୋଟି ଗ୍ରାମପଞ୍ଚାୟତ ରେ ତିନି ବର୍ଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରର୍ମ ହାତକୁ ନେଇ ଚାଷୀଙ୍କୁ ଭର୍ମି କମ୍ପଷ୍ଟ ପ୍ରସ୍ତୁତ, କରି ନିମ୍ବ ପିଡ଼ିଆ ବ୍ୟବହାର , ଏବଂ ପ୍ରାଚୀନ ପ୍ରଣାଳୀ ରେ ବିହନ ଗଚ୍ଛିତ ରଖିବା ଆଦି ବିଷୟ ଉପରେ ସଚେତନ କରିଥିଲେ। ରାସାୟନିକ ସାର ବଦଲ ରେ ପ୍ରାକୃତିକ ସାର୍ ପ୍ରୟୋଗ କରିବାକୁ ଆହ୍ୱାନ କରିଛନ୍ତି। ଜିଆ ଖତ ପ୍ରସ୍ତୁତ, ଗୋବର ଖତ ବହୁଳ ପ୍ରୟୋଗ କରିବା ସହ ଗ୍ରାମ ଗ୍ରାମ ବୁଲି ସହକାରୀ କୃଷି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାଏକ, କୃଷି ଅଧିଦର୍ଶକ ଜସୱତି ପଣ୍ଡା , ଚାଷୀ ମାନେ ବଂଶୀ ଧର ବେହେରା, ଖିତି ରାମ ବେହେରା, କୃଷକ ସାଥୀ ଅନିରୁଦ୍ଧ ବେହେରା, କୃଷକ ସାଥୀ ଗୁପ୍ତ ଚଣ୍ଡୀ, କୃଷକ କେଶବ ବେହେରା, ରବି ଶଙ୍କର ବେହେରା, ଭଗବାନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।।
