ବାଲେଶ୍ୱର ଜିଲ୍ଲା ର ୩ ଯୁବକ ବନ୍ଧୁକ,ଭୁଜାଲି ଦେଖାଇ ବେତନଟି ରେ ଭୟଭୀତ କରିଲେ ଗ୍ରାମବାସୀ ଙ୍କୁ। ଜଣେ ଗିରଫ, ଦୁଇ ଫେରାର।
ବେତନଟୀ ୨/୭ (ନି ପ୍ର) : ବେତନଟୀ ଥାନା ଅଧିନ ତୁଳସୀଚୌରା ପେଟ୍ରୋଲ ଟାଙ୍କି ନିକଟରେ ଥିବା ଏକ ଢାବାରେ ତିନିଜଣ ଯୁବକ ମଦ ପିଇ ଢାବାରେ ପଛ ଦୁଆର ଦେଇ ବାହାରିବା ସମୟରେ ପାଖରେ ଥିବା ଦୋକାନ ରେ ବସିଥିବା ତୁଳସୀଚୌରା ଗ୍ରାମର ଏକାଧିକ ଲୋକଙ୍କ ସହିତ ବଚସା ହୋଇଥିଲା। ଏହି ବଚସା ପରେ ଏକ ସ୍କୁଟି ଯୋଗେ ପଳାଇ ଯାଇଥିଲେ। କିଛି ସମୟ ପରେ ଏହି ତିନିଜଣ ଯୁବକ ପୁନର୍ବାର ସେହି ଢ଼ାବା ନିକଟ ବଚସା ସ୍ଥାନ କୁ ଫେରି ଆସି ଗୋଣ୍ଡଗୋଳ ଆରମ୍ଭ କରିଥିଲେ। ଗୋଣ୍ଡଗୋଳ ସମୟରେ ଭୁଜାଲି ଓ ବନ୍ଧୁକ ବାହାର କରି ପୂର୍ବରୁ ବଚସା ହୋଇ ଥିବା ସେହି ଗ୍ରାମବାସୀ ଙ୍କୁ ଆକ୍ରମଣ କରିବାର ଉଦ୍ୟମ ସହିତ ଆତଙ୍କ ଖେଳାଇ ଥିଲେ। ଏହି ସମୟ ରେ ଲୋକଙ୍କ ଗହଳି ଥିବାରୁ ଯୁବକ ମାନଙ୍କୁ ଘେରିଯାଇ ସେହି ଯୁବକ ମାନଙ୍କୁ ଧରିବା ପାଇଁ ଉଦ୍ୟମ କରିବାରୁ ସଙ୍ଗେ ସଙ୍ଗେ ଦୁଇ ଯୁବକ ସ୍କୁଟି ଯୋଗେ ଫେରାର ହୋଇଥିଲା ବେଳେ ଅନ୍ୟ ଜଣେ ଯୁବକ ଢ଼ାବା ସମୁଖ କାଠପାଳ ବିଲ ରାସ୍ତାରେ ଦୌଡ଼ି ପଳାଇଥିଲେ। ଖବର ପାଇ ବେତନଟୀ ଥାନାର ପୋଲିସ ଟିମ ଘଟଣାସ୍ଥଳ ରେ ପହଞ୍ଚି ବିଲ ଦେଇ ଦୌଡ଼ି ପଳାଇଥିବା ଯୁବକଙ୍କୁ ଧରିବା ପାଇଁ ଗୋଡାଇ ଥିଲେ। ଘଟଣା ସ୍ଥଳ ଠାରୁ ପ୍ରାୟ ତିନିକିଲୋମିଟର ଦୂର ଖମାରି ଗାଁ ନିକଟରୁ ଯୁବକ କୁ କାବୁ କରି ଥାନାକୁ ଧରି ଥାନା କୁ ଆଣିଥିଲେ। ଏହି ଯୁବକ ବାଲେଶ୍ୱର ର ସହଦେଵଖୁଣ୍ଟା ଥାନା ଅଧିନ ନାମ ପଢୁଆଁ ପଦା ଗ୍ରାମର ସୌରବ ସାଗର ସ୍ୱାଇଁ (୧୯) ବୋଲି ଜଣା ପଡିଛି। ବେତନଟୀ ଥାନାର ଏ ଏସ ଆଇ ମିନତୀ ମହାକୁଡ଼ ଙ୍କ ଲିଖିତ ଅଭିଯୋଗ କ୍ରମେ କେସ ନଂ ୨୭୯/୨୦୨୬ ରେ ମାମଲା ରୁଜୁ କରି ସୌରବ କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟ ଫେରାର ଦୁଇଜଣକୁ ପୋଲିସ ଧରିବାପାଇଁ ପ୍ରଚେଷ୍ଟା ଚଳାଇଛି।
