ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ। “ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଦର୍ଶ ଗ୍ରାମ ଘଟିପିରି ଶୁଣ୍ଢି ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଢ଼େଙ୍କାନାଳ ଓଡ଼ାପଡ଼ା : ଆଜି ତା.୦୨.୧୦.୨୦୨୬ ରିଖ ଶୁକ୍ରବାର ଘଟିପିରି ଶୁଣ୍ଢି ସମାଜର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶୁଣ୍ଢି ସମାଜ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଘଟିପିରି ସାପୁଆ ନଈ ବାଲିପଦା ଠାରେ ୨୮୫ରୁ ଉର୍ଦ୍ଧ୍ୱ ଆମ୍ବ ଗଛ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଶୁଣ୍ଢି ସମାଜର ସଭାପତି ସୌଭାଗ୍ୟ କୁମାର ସାହୁ,ସମ୍ପାଦକ ଅନନ୍ତ ଚରଣ ସାହୁ,ଉପ-ସଭାପତି ପ୍ରମୋଦ କୁମାର ସାହୁ,ଯୁବ ସଭାପତି ଶୁଭମ୍ ରଞ୍ଜନ ସାହୁ,ସହ-ସମ୍ପାଦକ ଦେବେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ,ଘଟିପିରି ଶୁଣ୍ଢି ସମାଜର ସଭାପତି ଜୟକୃଷ୍ଣ ସାହୁ,ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ରସାନନ୍ଦ ସାହୁ,ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ,ଯୁବ ସମାଜସେବୀ ପ୍ରେମାନନ୍ଦ ସାହୁ ଓ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଦାୟିତ୍ୱ ନେଇ ସନ୍ତୋଷ କୁମାର ସାହୁ,କୂଳମଣି ସାହୁ,ଦିଲ୍ଲୀପ କୁମାର ସାହୁ,ନାରାୟଣ ସାହୁ,କ୍ଷେତ୍ରବାସୀ ସାହୁଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦନ କରାଗଲା ଏବଂ ଗ୍ରାମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
