ନାବାଳିକା ଅପହରଣ କରିଥିବା ଅଭିଯୁକ୍ତ ଗିରଫ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧୀନରେ ଥିବା ଏକ ଗାଁ ରୁ ଜଣେ ନାବାଳିକାକୁ ଅପହରଣ ଓ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପରକେନା ଗ୍ରାମର ରାମଚନ୍ଦ୍ର ଭୋଇ (୨୪) ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।ନାବାଳିକା ଅପହରଣ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ଗତ ୨୮ ତାରିଖରେ ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତିକରି ପୋଲିସ ୧୭୫/୨୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। କୌଣସି ଏକ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ରାମଚନ୍ଦ୍ର ଓ ଝିଅ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲେ।ନାବାଳିକା କୁ ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ଜାରି ରହିଛି l
