କମ୍ପାନୀ ଉପରେ ବର୍ଷିଲେ ତାଳଚେର ବିଧାୟକ ବ୍ରଜିଶୋର ପ୍ରଧାନ
ଅନୁଗୋଳ ବୋର ୱେଲ ସର୍ଭେ କୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ତାଳଚେର ଉପଖଣ୍ଡ ଅନ୍ତର୍ଗତ କୁମୁଣ୍ଡା ଓ ସାନ ତ୍ରିବିଡା ଅଞ୍ଚଳରେ ପ୍ରସ୍ତାବିତ ନୂତନ କୋଇଲା ଖଣି ପାଇଁ ଚାଲିଥିବା ବୋରେ ୱେଲ ସର୍ଭେକୁସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ସର୍ଭେ କାର୍ଯ୍ୟକୁ ବନ୍ଦ କରିବା ସହ ଗ୍ରାମବସି ମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଖବର ପାଇ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେ କମ୍ପାନୀ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ଥାନୀୟ ଲୋକଙ୍କ ସମ୍ମତି ଓ ସ୍ୱାର୍ଥକୁ ଅଣଦେଖାକରି କୌଣସି କାର୍ଯ୍ୟ ଗ୍ରହଣ କରା ଯିବା ଉଚିତ୍ ନୁହେଁ । ବୋଲି କହିଥିଲେ । ଗ୍ରାବାସୀଙ୍କ କହିବା ଅନୁଯାୟୀ ପ୍ରସ୍ତାବିତ ଖଣି ପ୍ରକଳ୍ପ ଯୋଗୁଁ ଜମି, ଜଙ୍ଗଲ ଓ ଜୀବିକା ନିର୍ବାହ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏହାକୁ ନେଇ ସେମାନେ ସର୍ଭେ କାର୍ଯ୍ୟ କୁ ବିରୋଧ କରିଥିବା ବେଳେ ଅଞଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜଦୂତ ଖବର ।
ପୋର୍ଟାଲ ନିୟୁଜ
