ଓଡ଼ିଆ ଅଧ୍ୟାପକ ପୁନଃନିଯୁକ୍ତି ପାଇଁ ମାଣତ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ଦାବି
ମାଣତ୍ରୀ (ନି.ପ୍ର) : ମାଣତ୍ରୀ ସ୍ଥିତ ବାବା କଖାରୁଆ ବୈଦ୍ୟନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ତର ଅନ୍ତର୍ଯ୍ୟାମୀ ନାୟକ ନିକଟରେ ଚାକିରିରୁ ଅବସର ନେଇଛନ୍ତି । ସେ ଜଣେ କର୍ତ୍ତବ୍ୟ ପରାୟଣ, ଛାତ୍ରବତ୍ସଳ, ସମୟାନୁବର୍ତ୍ତି କର୍ମୀ ଅଧ୍ୟାପକ ଭାବେ ଜଣାଶୁଣା । ସେ ଅବସର ନେବା ପର ଠାରୁ ଉକ୍ତ ପବବୀ ପୂରଣ ହେଇନାହିଁ ଯାହା ଫଳରେ ପାଠ ପଢା ରେ ବାଧା ସୃଷ୍ଟି ହେଉଅଛି ଏହି ଅସୁବିଧା କୁ ଲକ୍ଷ କରି ସ୍ଥାନୀୟ ଲୋକ ସହିତ କଲେଜ ରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ଙ୍କ ନିକଟରୁ ଶୁଣିବା କୁ ମିଳୁଛି ଯଦି ସରକାର ଓଡ଼ିଆ ବିଭାଗ ରେ ଅଧ୍ୟାପକ ନିଯ୍ୟକ୍ତି କ୍ଷେତ୍ରରେ ବିଳମ୍ବ ହେଉଅଛି ତ ଅବସର ନେଇଥିବା ଅନ୍ତର୍ଯ୍ୟାମୀ ନାୟକ ଙ୍କୁ ଯଦି ଏବେ ଅତିଥି ଅଧ୍ୟାପକ ଭାବରେ ନିଯ୍ୟକ୍ତି ପ୍ରଦାନ କରାଗଲେ ପାଠ ପଢ଼ାରେ ବ୍ୟଘାତ ସୃଷ୍ଟି ହୁଅନ୍ତା ନାହିଁ ଏଥି ପ୍ରତି ବିଧାୟକ ସନାତନ ବିଜୁଳି ଏବଂ ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ଦୃଷ୍ଟି ଆକର୍ଷଣ କରିବା କୁ ସ୍ଥାନୀୟ ବୁଦ୍ଧି ଜୀବି ଙ୍କ ସହିତ ଛାତ୍ର ଓ ଛାତ୍ରୀ ଜଣାଇଛନ୍ତି ଏହା ସହିତ ପୁନଃ ନିଯୁକ୍ତି ଦେଲେ କଲେଜ ର ଛାତ୍ର ଛାତ୍ରୀ ଉପକୃତ ହେଇପାରନ୍ତେ
