ବିକାଶର ଧାରା, ଓଡ଼ିଶା ସାରା : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ଓ ମତାମତ ନିର୍ମାତା ସଂଯୋଗ ବୈଠକ
ଦେବଗଡ଼: ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ଓ ମତାମତ ନିର୍ମାତା ସଂଯୋଗ ବୈଠକ ଆଜି ଦେବଗଡ଼ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ଜିଲ୍ଲାରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଏବଂ ଆଗାମୀ ଦିନରେ ବିକାଶର ଧାରାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗଣମାଧ୍ୟମ ଓ ମତାମତ ନିର୍ମାତାମାନଙ୍କ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଏବଂ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ ଉପସ୍ଥିତ ରହି ବିକାଶମୂଳକ କାର୍ଯ୍ୟରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ସମ୍ପର୍କରେ ମତ ରଖିଥିଲେ।
ଆଲୋଚନା ଚକ୍ରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ମତାମତ ନିର୍ମାତାମାନେ ଜିଲ୍ଲା ଓ ରାଜ୍ୟର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସଫଳତା ପହଞ୍ଚାଇବା ସମ୍ପର୍କରେ ସେମାନଙ୍କ ବହୁମୂଲ୍ୟ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
